ହରିୟାଣାରେ ହାଇଭୋଲଟେଜ୍ ଡ୍ରାମା । କଂଗ୍ରେସକୁ ଜେ.ଜେ.ପିର ଅଫର-ମୁଖ୍ୟମନ୍ତ୍ରୀ ପଦ ଦିଅ, ସମର୍ଥନ ମିଳିବ

5,300

କନକ ବ୍ୟୁରୋ: ହରିୟାଣାରେ ହାଇଭୋଲଟେଜ୍ ଡ୍ରାମା । ୯୦ଟି ଆସନ ପାଇଁ ବିଜେପି-କଂଗ୍ରେସ ମଧ୍ୟରେ ଜୋରଦାର ଟକ୍କର । ସଂଖ୍ୟା ଗରିଷ୍ଠତା ନ ମିଳିବାରୁ ଏବେ ସାଥି ଖୋଜୁଛି ବିଜେପି । ସେପଟେ ଜେ.ଜେ.ପିର ଦୁଷ୍ୟନ୍ତ ଚୌଟ୍ଟାଲା କଂଗ୍ରେସକୁ ଅଫର୍ ଦେଇ କହିଛନ୍ତି କି, ଆମକୁ ମୁଖ୍ୟମନ୍ତ୍ରୀ ପଦବୀ ଯଦି ଦେବ ତାହେଲେ ଆମେ ସର୍ଥନ ଦେବୁ । ତେବେ କଂଗ୍ରେସର ସ୍ଥିତି ବର୍ତ୍ତମାନ କର୍ଣ୍ଣାଟକ ରାଜନୀତି କଥା ମନେ ପକାଇ ଦେଉଛି ।

ହରିୟାଣା ରାଜନୀତିର ଖାଲ ଢ଼ିପରେ ଝୁଣ୍ଟିଲେ ଖଟ୍ଟର । ଯାହାଫଳରେ ବର୍ତ୍ତମାନ ଟ୍ରେଣ୍ଡ କହୁଛି, ହରିୟାଣାରେ ଝୁଲା ସରକାର । ଆଉ ମନ ଜିଣିପାରିଲେନି ମନୋହର ଲାଲ୍ ଖଟ୍ଟର ବୋଲି ଜାତୀୟ ରାଜନୀତିରେ ଚର୍ଚ୍ଚା ପାଲଟିଛି । ସବୁଠାରୁ ବଡ଼ କଥା ହେଲା, ବର୍ତ୍ତମାନ ହରିୟାଣା ସ୍ଥିତି ଏମିତି ଯେ, ଜନନାୟକ ଜନତା ପାର୍ଟି, ଭାରତୀୟ ଜାତୀୟ ଲୋକ ଦଳ ଭଳି ଛୋଟ ଛୋଟ ଆଂଚଳିକ ଦଳର ଭବିଷ୍ୟତ ନିର୍ଣ୍ଣୟ କରିପାରନ୍ତି ବୋଲି ଅଙ୍କ କହୁଛି ।