ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ଭାରସାମ୍ୟ ହରାଇ ଗଛକୁ ପିଟିଲା କାର; ୩ମୃତ, ୨ ଗୁରୁତର

573

କନକ ବ୍ୟୁରୋ :ନବରଙ୍ଗପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଡାବୁଗାଁ ଥାନା ସରାଗୁଡ଼ା ନିକଟରେ ଭାରସାମ୍ୟ ହରାଇ ଗଛକୁ ପିଟିଲା କାର । ଦୁର୍ଘଟଣାରେ ଘଟଣା ସ୍ଥଳରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ମୃତ୍ୟୁ ବରଣ କରିଥିବା ୪ଜଣ ହେଲେ ନବରଙ୍ଗପୁର ସହର ଗାଦୁଆଗୁଡ଼ାର ଏମଡି ସଦାମ, ରବିନ ହିଆଲ ଓ ସବନ ହିଆଲ ।

ଗୁରୁତର ୨ଜଣଙ୍କୁ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି । ବିଳମ୍ବିତ ରାତିରେ ନବରଙ୍ଗପୁର ଠାରୁ ଉମରକୋଟ ଆସିବା ସମୟରେ ସରାଗୁଡ଼ା ନିକଟରେ କୁହୁଡ଼ି ଯୋଗୁଁ କାରଟି ଭାରସାମ୍ୟ ହରାଇ ଗଛରେ ପିଟି ହୋଇଥିବା ଅନୁମାନ କରାଯାଉଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତକଙ୍କ ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି ।