ଭୁବନେଶ୍ୱରରେ ପହଞ୍ଚିଲା କୁଏତରେ ପ୍ରାଣ ହରାଇଥିବା ୨ ଓଡିଆଙ୍କ ମୃତଦେହ । କାନ୍ଦ ବୋବାଳିରେ ଫାଟିପଡୁଛି ମୃତକ ମହମ୍ମଦ ଜହୁର, ସନ୍ତୋଷ ଗୌଡଙ୍କ ଘର ।

212

କନକ ବ୍ୟୁରୋ: ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଛି କୁଏତ ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ୨ ଓଡିଆ ମହମ୍ମଦ ଜହୁର, ସନ୍ତୋଷ ଗୌଡଙ୍କ ମୃତଦେହ । ଆଜି ବାୟୁସେନାର ବିମାନରେ ଭୁବନେଶ୍ୱରରେ ଆସି ପହଞ୍ଚିବା ପରେ ପାର୍ଥିବ ଶରୀରକୁ ମାଲ୍ୟାର୍ପଣ କରିବାକୁ ବିମାନ ବନ୍ଦରରେ ପହଞ୍ଚିଛନ୍ତି ଦୁଇ ଉପମୁଖ୍ୟମନ୍ତ୍ରୀଙ୍କ ସହ ବିଜେପି ସହ ଅନ୍ୟ ଦଳର ନେତାବୃନ୍ଦ ।

ଏଠାରୁ ଦୁଇ ମୃତକଙ୍କ ଦେହ ସେମାନଙ୍କ ଗାଁକୁ ପଠଯିବ । ଗତକାଲି ବାୟୁସେନାର ହର୍କ୍ୟୁଲସ୍ ବିମାନରେ ଭାରତର ୪୫ ଜଣ ମୃତକଙ୍କ ପ୍ରାର୍ଥିିବ ଶରୀରକୁ ଭାରତ ଅଣାଯାଇଥିଲା । କୋଚି ବିମାନ ବନ୍ଦରରୁ ଆଜି ଜନ୍ମମାଟିକୁ ପଠାଯାଉଛି ।