ବିଜେପି ନେତାଙ୍କୁ ଦିନ ଦ୍ୱିପହରେ ଗୁଳି କରି ହତ୍ୟା । ଅଭିଯୁକ୍ତଙ୍କୁ ଗିରଫ ପରେ ଶବ ସଂସ୍କାର କରିବାକୁ ପରିବାର ଲୋକଙ୍କ ଦାବୀ

543

କନକ ବ୍ୟୁରୋ: ଗୁଜୁରାଟରେ ଦିନ ଦ୍ୱିପହରରେ ବିଜେପି ନେତାଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଦୁର୍ବୃତ୍ତ । ଜିଲ୍ଲା ବିଜେପି ଉପାଧ୍ୟକ୍ଷ ଶୈଳେଶ ପଟେଲ ଆଜି ଭୋର ସମୟରେ ପତ୍ନୀଙ୍କ ସହ ମନ୍ଦିର ଯାଉଥିବାବେଳେ ବାଇକରେ ୪ଜଣ ଅଜଣା ବ୍ୟକ୍ତି ଆସି ତାଙ୍କ ଉପରକୁ ଗୁଳି ମାଡ କରିଥିଲେ । ଫଳରେ ଘଟଣାସ୍ଥଳରେ ଟଳିପଡିଥିଲେ ଶୈଳେଶ ।

ନେତାଙ୍କ ଉପରକୁ ୩୪ ରାଉଣ୍ଡ ଗୁଳି କରିବା ପରେ ସେମାନେ ଫେରାର ହୋଇଯାଇଥିଲେ । ପୁରୁଣା ଶତ୍ରୁତାକୁ ନେଇ ଏଭଳି ଆକ୍ରମଣ ହୋଇଥିବା କୁହାଯାଉଛି । ଏଭଳି ସ୍ଥଳେ ଶୈଳେଶଙ୍କର ଅନ୍ତିମ ସଂସ୍କାର କରିବାକୁ ମନା କରିଦେଇଛନ୍ତି । ଅପରାଧୀଙ୍କୁ ଗିରଫ କରାଯିବା ପରେ ହିଁ ତାଙ୍କର ଅନ୍ତ୍ୟେଷ୍ଟି କ୍ରିୟା କରାଯିବ ବୋଲି ଦାବୀ କରିଛନ୍ତି ମୃତ ଶୈଳେନ୍ଦ୍ରଙ୍କ ପରିବାର ଲୋକେ ।