ଗଙ୍ଗା ନଦୀର ପ୍ରଖର ସ୍ରୋତରେ ଭାସିଗଲେ ୭ କାଉଡିଆ । ଜୀବନକୁ ବାଜି ଲଗାଇ ନଦୀକୁ ଡେଇଁଲେ ଆର୍ମି ଯବାନ୍ ଓ ପୋଲିସ କର୍ମୀ

308

କନକ ବ୍ୟୁରୋ: ଏବେ ଉତ୍ତରାଖଣ୍ଡରେ ଲଗାଣ ବର୍ଷା ଯୋଗୁଁ ଗଙ୍ଗାନଦୀରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ଗଙ୍ଗା ନଦୀରେ ଏବେ ପ୍ରଖର ସ୍ରୋତ । ହେଲେ ଶ୍ରାବଣ ମାସ ଚାଲିଥିବାରୁ ଏଠାରେ ଶିବ ଭକ୍ତ କାଉଡିଆଙ୍କ ଗହଳି ବଢିବାରେ ଲାଗିଛି । ଏପରି ସ୍ଥିତିରେ ଶୁକ୍ରବାର ଭୋର ସମୟରେ ଗଙ୍ଗାସ୍ନାନ କରିବା ବେଳେ ୭ଜଣ କାଉଡିଆ ଗଙ୍ଗାନଦୀର ପ୍ରଖରେ ସ୍ରୋତରେ ଭାସିଗଲେ । ଆଉ ସେମାନଙ୍କୁ ବଞ୍ଚାଇବାକୁ ନିଜ ଜୀବନକୁ ବାଜି ଲଗାଇ ପାଣି ଭିତରକୁ ଡେଇଁଲେ ଦୁଇଜଣ ସେନା ଯବାନ୍ ଓ ପୋଲିସ କର୍ମୀ ।

କାଉଡିଆଙ୍କୁ କଳେବଳେ କୌଶଳେ ଉଦ୍ଧାର କଲେ ଯବାନ୍, ଯେଉଁ ଭିଡିଓ ଏବେ ସାରା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ଏଠାରେ କିଛି ଦିନ ଭିତରେ ପାଖାପାଖି ୧୮ଜଣ କାଉଡିଆଙ୍କ ଜୀବନ ବଞ୍ଚାଇସାରିଲେଣି । ତେଣୁ ଏହି ସ୍ଥାନରେ ନଦୀର ଜଳସ୍ତର ଠାରୁ ଅବଶ୍ୟକ ଦୂରତା ରକ୍ଷା କରିବାକୁ ସ୍ଥାନୀୟ ପୋଲିସ ପକ୍ଷରୁ ବାରମ୍ବାର ସୂଚିତ କରାଯାଉଛି । ତଥାପି ଏଠାରେ ଶ୍ରଦ୍ଧାଳୁଙ୍କ ପ୍ରତି ବିପଦ ଥିବାରୁ ସବୁ ସମୟରେ ଯବାନ ଓ ପୋଲିକୁ ମୁତୟନ କରାଯାଇଛି ।