କାଶୀପୁରରେ ଝାଡ଼ାବାନ୍ତିରେ ଆଉ ଜଣଙ୍କର ମୃତ୍ୟୁ । ଘରେ ଚିକିତ୍ସିତ ହେଉଛନ୍ତି ୫ଶହରୁ ଅଧିକ ରୋଗୀ ।

97

କନକ ବ୍ୟୁରୋ: କାଶୀପୁରରେ ଝାଡ଼ାବାନ୍ତିରେ ଆଉ ଜଣଙ୍କର ମୃତ୍ୟୁ । ମୃତକ ଜଣକ ଡ଼ୁଡ଼କବାହାଲ ଡ଼େଙ୍ଗାଗୁଡ଼ା ଗାଁର ଅର୍ଜୁନ ମାଝି । ପୂର୍ବରୁ ସେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ବି ସେ ଭଲ ହୋଇଗଲେ କହି ଘରକୁ ପଠାଇଦେଇଥିଲେ ଡାକ୍ତର ।

ସୂଚନା ମୁତାବକ, ୩ ହସ୍ପିଟାଲରେ ମାତ୍ର ୪୮ ରୋଗୀ ଚିକିତ୍ସିତ ହେଉଥିବା କହି ଆଶ୍ୱସ୍ଥ ହେଉଛି ସ୍ୱାସ୍ଥ୍ୟ ବିଭାଗ । ହେଲେ ଘରେ ୫ଶହରୁ ଅଧିକ ଚିକିତ୍ସିତ ହେଉଥିବା ଜଣାପଡିଛି ।