ଜୁଆଣି ଖାଆନ୍ତୁ , ସୁସ୍ଥ ରୁହନ୍ତୁ ! ଜାଣନ୍ତୁ ଜୁଆଣି ଭିତରେ ଭରି ରହିଥିବା ଔଷଧୀୟ ଗୁଣ

300

ଦୈନନ୍ଦିନ ଜୀବନରେ ଶରୀରକୁ ସ୍ୱସ୍ଥ ରଖିବା ପାଇଁ ଲୋକେ ଭିନ୍ନ ଭିନ୍ନ ଉପାୟ ଅବଲମ୍ବନ କରିଥାନ୍ତି । ଏପରିକି ଶରୀରକୁ ସୁସ୍ଥ ରଖିବା ପାଇଁ ଘରୋଇ ଉପଚାର ମଧ୍ୟ ଆପଣାଇଥାନ୍ତି । ସେହିଭଳି ଏକ ଘରୋଇ ଉପଚାର ହେଉଛି ଜୁଆଣି । ଜୁଆଣିକୁ ସାଧାରଣତଃ ଆମେ ମସଲାରେ ବ୍ୟବହାର କରିଥାଉ । ଜୁଆଣିରେ ଭରପୁର ମାତ୍ରାରେ ପୋଷଣ ରହିଛି । ଏହାକୁ ଜୁସ କରି ପିଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଅଟେ । ଏହା ବ୍ୟତୀତ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଜନିତ ସମସ୍ୟାରୁ ମୁକ୍ତି ପାଇ ପାରିବେ ଜୁଆଣି ସେବନ କରିବା ଭଲ । ଏହା ଦ୍ୱାରା ଥଣ୍ଡା ଜ୍ୱରରୁ ବଂଚିପାରିବ । ଆସନ୍ତୁ ଜାଣିବା ଜୁଆଣିର ଉପକାରିତା ସମ୍ବନ୍ଧରେ କିଛି ଉପାୟ ।
ଯଦି ଲଗାତାର କାଶ ଭଳି ସମସ୍ୟାରେ ପିଡୀତ ରହୁଛନ୍ତି ତେବେ ଜୁଆଣି ଜୁସ ସହ ଦୁଇ ଚାମଚ କଳା ଲୁଣ ମିଶାଇ ସେବନ କରନ୍ତୁ । ତାହା ପରେ ଗରମ ପାଣି ପିଅନ୍ତୁ । ତାହା ହେଲେ ଜାଣିପାରିବା ଜୁଆଣି ସେବନ କରିବା ଦ୍ୱାରା ଶରୀରର ପାଇଁ କେତେ ଲାଭଦାୟକ ଅଟେ ।ଏଭଳି କରିବା ଦ୍ୱାରା ଥଣ୍ଡା ଓ କାଶ ଦୂର ହୋଇଯାଇଥାଏ ।

cold_625x350_51470035949ଯଦି ଆପଣଙ୍କ ଲିଭରରେ କୋଣସି ପ୍ରକାର ସମସ୍ୟା ଦେଖାଯାଉଛି, ତାହା ହେଲେ ତିନି ଗ୍ରାମ ଜୁଆଣି ସହ ଅଧା ଗ୍ରାମ ଲୁଣ ନେଇ ମିଶ୍ରିତ କରନ୍ତୁ । ଏହାକୁ ଖାଦ୍ୟ ସହ ଖାଇବାକୁ ଆଦୌ ଭୁଲନ୍ତୁ ନାହିଁ । ଏଭଳି କରିବା ଦ୍ୱାରା ଆପଣ ଲିଭର ଜନିତ ସମସ୍ୟାରୁ ଦୂରେଇ ପାରିବେ ।

ସାଧାରଣତଃ ମୋଟାପଣ ଭଳି ସମସ୍ୟା ଏବେ ଅନେକ ଲୋକଙ୍କ ପାଖରେ ଦେଖିବାକୁ ମିଳୁଛି । ତେବେ ଏଭଳି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଏକ ସରଳ ଉପାୟ ରହିଛି । ଜୁଆଣିକୁ ରାତିରେ ଏକ ଗ୍ଲାସ ପାଣିରେ ଭିଜାଇ ରଖନ୍ତୁ । ତାହା ପରେ ସକାଳୁ ଉଠି ଜୁଆଣିକୁ ଛାଣି ଏକ ଚାମଚ ମହୁ ସହିତ ଖାଇବା ଅଭ୍ୟାସ କରନ୍ତୁ । ପ୍ରତିଦିନ ଏହାକୁ ଖାଇବା ଦ୍ୱାରା ଆପଣଙ୍କ ଓଜନ ଧୀରେ ଧୀରେ ହ୍ରାସ ହେବାରେ ଲାଗିବ ।
ଶୀତରେ ନାକ ବନ୍ଦ ଓ ଥଣ୍ଡା ଜ୍ୱର ହେବା ସ୍ୱାଭାବିକ । ଯଦି ଏପରି ସମସ୍ୟା ଦେଖାଯାଉଛି । ତାହା ହେଲେ ଏକ କପଡାେରେ ଜୁଆଣିକୁ ବାଟି ବାନ୍ଧି ଦିଅନ୍ତୁ । ତା’ ପରେ ଏହାର ଗନ୍ଧକୁ ସୁଂଘନ୍ତୁ । ଦେଖିବେ ଏହା ପରେ ଆପଣଙ୍କୁ ବହୁ ଆରାମ ଅନୁଭବ ମନେକରିବେ ।

ଏବେ ପେଟ ଜନିତ ସମସ୍ୟା ଏକ ସାଧାରଣ କଥା । ତେବେ ଏଭଳି ସମସ୍ୟାରୁ ରକ୍ଷା ପାଇବା ପାଇଁ ଜୁଆଣିକୁ ଚୋବାଇ ଖାଇବା ଆବଶ୍ୟକ । ଏହାସହ ଏକ ଗ୍ଲାସ ଗରମ ପାଣି ପିଇବା ଦ୍ୱାରା ଏଭଳି ସମସ୍ୟାରୁ ଉପଶମ ମିଳିଥାଏ । ଯଦି ଆପଣଙ୍କ ପେଟ କାଟୁଛି ତାହା ହେଲେ ଜୁଆଣିକୁ କଳା ଲୁଣ ସହ ମିଶାଇ ସେବନ କରୁନ୍ତୁ । ଯାହା ଦ୍ୱାରା ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ ।