ବିଧାୟକଙ୍କୁ କୋର୍ଟଙ୍କ ନିଆରା ଦଣ୍ଡ । କହିଲେ, କୋର୍ଟ ପରିସରରେ ଗୋଟିଏ ଦିନ ଠିଆହୋଇ ରୁହ

287

କନକ ବ୍ୟୁରୋ : ଦିଲ୍ଲୀ ଆମ୍ ଆଦମୀ ପାର୍ଟିର ବିଧାୟକ ଅଖିଳେଶ ପତି ତ୍ରିପାଠୀଙ୍କୁ ରାୱଜ ଏଭିନ୍ୟୁ କୋର୍ଟ ଏକ ମାମଲାରେ ଦୋଷୀ ସାବ୍ୟସ୍ତ କରି ନିଆରା ଦଣ୍ଡରେ ଦଣ୍ଡିତ କରିଛନ୍ତି । ଆଇନ ଛାତ୍ରଙ୍କୁ ମାଡ ମାରିବା ଘଟଣାରେ କୋର୍ଟ ବିଧାୟକ ଅଖିଳେଶ ପତି ତ୍ରିପାଠୀଙ୍କୁ ୩୦ ହଜାର ଟଙ୍କା ଜରିମାନା କରିବା ସହ ଗୋଟିଏ ଦିନ କୋର୍ଟ ପରିସରରେ ଠିଆ ହୋଇ ରହିବାକୁ ଆଦେଶ ଦେଇଛନ୍ତି ।

ବିଧାୟକ ଅଖିଳେଶ ତ୍ରିପାଠୀ ୨୦୨୦ ମସିହାରେ ଜଣେ ଆଇନ ଛାତ୍ରଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଥିଲା । ଏହି ମାମଲାରେ ମାର୍ଚ୍ଚ ମାସରେ ଶୁଣାଣି ଶେଷ ହୋଇଥିଲା । ଅଭିଯୋଗ ମୁତାବକ ଫେବୃଆରୀ ୨୦୨୦ ରେ ଛାତ୍ର ଜଣଙ୍କ ଅଭିଯୋଗ କରିଥିଲେ କି, ଯେତେବେଳେ ସେ ଘରକୁ ଫେରୁଥିଲେ ସେତେବେଳେ ବିଧାୟକ ତ୍ରିପାଠୀ ତାଙ୍କୁ ଲାଲବାଗ ଚୌକ ଠାରେ ତାଙ୍କୁ ମାଡ ମାରିଥିଲେ । ଏହାସହ ବିଧାୟକ ଜଣଙ୍କ ତାଙ୍କୁ ଜାତିସୂଚକ ଶବ୍ଦ ବ୍ୟବହାର କରି ଗାଳି କରିଥିବା ମଧ୍ୟ ଅଭିଯୋଗ ହୋଇଥିଲା ।