ଓଡିଶାରେ ବଡ ଧରଣର ସିବିଆଇ ରେଡ ,ଡାକ ବିଭାଗ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ହୋଇଥିବା ଅଭିଯୋଗ ଆଧାରରେ ଚଢାଉ ଜାରି ।

1,695

କନକବ୍ୟୁରୋ:ଓଡିଶାରେ ବଡ ଧରଣର ସିବିଆଇ ରେଡ କରାଯାଇଛି । ୬୭ଟିସ୍ଥାନରେ ସିବିଆଇ ରେଡ ହୋଇଛି । ସାର୍ଟିଫିକେଟ ନେଇ ୬୩ ଜଣ ଆଶାୟୀ ଅଭିଯୋଗ କରିଥିଲେ । ସେହି ଅଭିଯୋଗ ଆଧାରରେ ତନାଘନା କରୁଛି ସିବିଆଇ । ଡାକ ବିଭାଗ ନିଯୁକ୍ତି ପ୍ରକ୍ରିୟାରେ ଅନିୁୟମିତତା ହୋଇଥିବା ଅଭିଯୋଗ ହୋଇଥିଲ । । ବାଲେଶ୍ୱର ମୟୁରଭଂଜ କଳାହାଣି ବ୍ରହ୍ମପୁରରେ ଏଭଳି ଜାଲ ସାର୍ଟିଫିକେଟ ନେଇ ହୋଇଥିଲା ଅଭିଯୋଗ । ନୁଆପଡା ରାୟଗଡା କନ୍ଧମାଳ ନବରଙ୍ଗପୁର କେନ୍ଦୁଝର ଭଦ୍ରକ ବାଲେଶ୍ୱର ରେ ଏହି ରେଡ ଜାରି ରହିଛି । ସୁଚନା ଅନୁଯାୟୀ ୧୩୮୨ଟି ଗ୍ରାମିଣ ଡାକ ସେବକ ପୋଷ୍ଟରେ ଅନିୟମିତତା କରାଯାଇଥିଲା । ଆଜି .ପ୍ରାୟ ସକାଳ ସମୟରେ ଆରମ୍ଭ ହୋଇଛି ଏହି ରେଡ । ଏହି ରେଡରେ ପାଖାପାଖି ୩୦ ରୁ ଅଧିକ ଗାଡି ବ୍ୟବହାର କରାଯାଇଛି । ସ୍ୱତନ୍ତ୍ର ଟିମ ଗଠନ କରାଯାଇ ଏହି ରେଡ ଜାରି ରହିଛି । ଗତକାଲି ଠାରୁ ଏହି ରେଡ ଜାରି ରହିଥିବା ବେଳେ ୨୭ଜାନୁୟାରୀ ୨୦୨୩ରେ ବାହାରିଥିଲା ଏହି ସବୁ ପୋଷ୍ଟ । ଏଥିରେ କୈାଣସି ରୈାଜନୈତିକ ଲିଙ୍କ ରହିଥିବା ନେଇ ସନ୍ଦେହ କରାଯାଇ ଯାଂଚ ଆରମ୍ଭ କରାଯାଇଛି ।