ଦେଶର ୯ଟି ରାଜ୍ୟରେ ବନ୍ୟାସ୍ଥିତି ସଂଗୀନ : ଦେଢ ଶହରୁ ଅଧିକ ଲୋକଙ୍କ ମୃତ୍ୟୁ, କେରଳ ସବୁଠାରୁ ଅଧିକ ପ୍ରଭାବିତ

170

କନକ ବ୍ୟୁରୋ : ବନ୍ୟା ଆଁରେ ଫସିଛି ଅଧା ଭାରତ । ୯ ରାଜ୍ୟରେ ବନ୍ୟା ସ୍ଥିତି । ଜଳ ପ୍ରଳୟରେ ଫସିଛନ୍ତି କେରଳ, କର୍ଣ୍ଣାଟକ, ଗୁଜରାଟ, ତାମିଲନାଡୁ, ହରିୟାଣା, ମଧ୍ୟପ୍ରଦେଶ, ହିମାଚଳପ୍ରଦେଶ ଏବଂ ମହାରାଷ୍ଟ୍ର ପରି ରାଜ୍ୟ । ବନ୍ୟାରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛନ୍ତି କେରଳ, କର୍ଣ୍ଣାଟକ, ମହାରାଷ୍ଟ୍ର । ୧୧ଟି ବନ୍ୟା ପ୍ରଭାବିତ ରାଜ୍ୟରେ ବନ୍ୟା ମୃତ୍ୟୁ ସଂଖ୍ୟା ପ୍ରାୟ ଦେଢ ଶହ ଟପିଲାଣି । କେରଳରେ ବନ୍ୟା ଯୋଗୁଁ ୪୬ ଲୋକଙ୍କ ମୃତ୍ୟୁ ଘଟିଛି । ଲକ୍ଷେ ୨୫ ହଜାର ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଟ୍ରେନ୍ ଓ ବିମାନ ସେବା ପୁରା ଠପ୍ ହୋଇଛି । କେରଳରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ୱାଏନାଡ ଓ କୋଝିକୋଡ । । ୱାଏନାଡରେ ଏବେ ବି ଅନେକ ସ୍ଥାନରେ ଭୂସ୍ଖଳନ ଚିନ୍ତା ବଢାଇ ଦେଇଛି । କେରଳରେ ଉଦ୍ଧାର କାମରେ ସହାୟତା ପାଇଁ ଓଡିଶାରୁ ଯାଇଛି ୨ଟି ଅଗ୍ନିଶମ ବାହିନୀ । ଏହି ଟିମ୍ ବନ୍ୟା ପ୍ରଭାବିତ ୱାଏନାଡରେ କାମ କରୁଛି ।

କର୍ଣ୍ଣାଟକରେ ବନ୍ୟା ଯୋଗୁଁ ୨୪ ଜଣଙ୍କ ମୃତ୍ୟୁ ହୋଇଛି । ରାଜ୍ୟର ୧୧ଟି ଜିଲ୍ଲା ଜଳ ପ୍ରଳୟରେ ଫସି ରହିଛି । ମହାରାଷ୍ଟ୍ରରେ ୨୫ ଓ ଗୁଜରାଟରେ ବନ୍ୟାରେ ୧୯ ଜଣଙ୍କ ଜୀବନ ଗଲାଣି । ମହାରାଷ୍ଟ୍ର,କର୍ଣ୍ଣାଟକ, କେରଳ ଓ ତାମିଲନାଡୁରେ ଉଦ୍ଧାର କାମରେ ସେନା ସହିତ ଏନଡିଆରଏଫ୍ ମୁତୟନ ହୋଇଛନ୍ତି । ଏମାନେ ଦେବଦୂତ ପରି ପହଁଚି ଜଳପ୍ରଳୟରେ ଫସି ଥିବା ଲୋକଙ୍କୁ ସହାୟତାର ହାତ ବଢାଉଛନ୍ତି ।

କେରଳରେ ଜଳ ପ୍ରଳୟର ଭୟଙ୍କର ଚିତ୍ର ଦେଖିବାକୁ ମିଳିଛି । ବନ୍ୟା ଯୋଗୁଁ ଜଳବନ୍ଦୀ ଜବନ କାଟୁଛନ୍ତି ହଜାର ହଜାର ଲୋକ । ବନ୍ୟା ସମୟରେ ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କଲା ରେସକ୍ୟୁ ଟିମ୍ । ୮ ମାସର ଗର୍ଭବତୀ ଥିବା ମହିଳା ଫସିଥିଲେ ପାଣି ଘେରରେ । କେମିତି ବାହାରକୁ ଆସିବେ ଚିନ୍ତାରେ ପଡିଥିଲେ । ଏପରି ସମୟରେ ଦେବଦୂତ ପରି ପହଁଚିଥିଲେ ଫାୟାର ବ୍ରିଗେଡ୍ । ରଶି ମାଧ୍ୟମରେ ଉଦ୍ଧାରକାରୀ ଟିମ୍ ତାଙ୍କୁ ଉଦ୍ଧାର କରିଥିଲା । ଏ ହେଉଛି ସେହି ଉଦ୍ଧାର କରିବା ସମୟର ଚିତ୍ର । ତଳେ ଅକାତକାତ ପାଣି । ଏହା ମଧ୍ୟରେ ଅତି ସତର୍କତାର ସହିତ ଗର୍ଭବତୀ ମହିଳାଙ୍କୁ ସତର୍କତାର ସହ ଉଦ୍ଧାର କଲା ରେସକ୍ୟୁ ଟିମ୍ ।