ଛତିଶଗଡରେ ୮ ନକ୍ସଲ ନିପାତ, ଜଣେ ଯବାନ୍ ସହିଦ୍, ଅନ୍ୟ ଦୁଇ ଆହତ ।

143

କନକ ବ୍ୟୁରୋ: ଛତିଶଗଡ ନକ୍ସଲ ପ୍ରଭାବିତ ନାରାୟଣପୁର ଜିଲ୍ଲା ଜଙ୍ଗଲରେ ନକ୍ସଲ ଓ ସୁରକ୍ଷା ବଳ ମଧ୍ୟରେ ଏନକାଉଣ୍ଟରରେ ୮ ନକ୍ସଲ ନିପାତ ହୋଇଥିବାବେଳେ ଜଣେ ଯବାନ୍ ସହିଦ ହୋଇଛନ୍ତି । ଅନ୍ୟ ଦୁଇ ଯବାନ୍ ଆହତ ହୋଇଛନ୍ତି ।

ପୋଲିସ ଅଧିକାରୀଙ୍କ କହିବା ମୁତାବକ, ୧୨ ତାରିଖରୁ ଅବୁଝମାଡରେ ଥିବା କୁତୁଲ, ଫରସବେଡା, କୋଡତାମେଟା ଗାଁ ନିକଟ ଜଙ୍ଗଲରେ ମାଓ ଦମନ ଅଭିଯାନ ଆରମ୍ଭ ହୋଇଥିଲା । ଏଥିରେ ନାରାୟଣପୁର- କୋଣ୍ଡାଗାଁଓ- କାଙ୍କେର-ଦାନ୍ତେୱାଡା ଜିଲ୍ଲାର ଡିଆରଜି, ସ୍ୱତନ୍ତ୍ର ସୁରକ୍ଷା ବଳ, ଓ ଆଇଟିବିପିର ଯବାନ ସାମିଲ ହୋଇଥିଲେ । ଆଜି ସକାଳୁ ସୁରକ୍ଷା ବଳ ଓ ନକ୍ସଲଙ୍କ ମଧ୍ୟରେ ଏନକାଉଣ୍ଟର ଜୋରଦାର ହୋଇଥିବାବେଳେ ୮ ନକ୍ସଲଙ୍କୁ ଧରାଶାୟୀ କରିଥିଲେ ଯବାନ । ହେଲେ ଗୁଳି ବିନିମୟରେ ଜଣେ ଯବାନ ସହିଦ ହୋଇଛନ୍ତି ।