ଫଟା ଜରି ତଳେ ୫ ପିଲାଙ୍କ ଭବିଷ୍ୟତ । ବାପା ମୃତ୍ୟୁ ପରେ ଛାଡି ଚାଲିଗଲା ମାଆ, ଅହରହ ସଂଘର୍ଷ କରୁଛନ୍ତି ୫ ଭାଇ ଭଉଣୀ

149

କନକ ବ୍ୟୁରୋ : ବେସାହାରା ପରିବାର । ଅସହାୟ ୫ ପିଲା । ଅନଟନ ଭିତରେ ଭଙ୍ଗା ରୁଜା ଜରିଟଣା ଘରେ ବିତୁଛି ଜୀବନ । ଆଶ୍ରା ଦେବାକୁ କେହିନାହିଁ । ବାପା ଛାଡି ଚାଲିଯିବା ପରେ ପରେ ମାଆ ବି ଛାଡି ଦେଲା ହାତ    । ପର ପୁରୁଷକୁ ଆପଣାର କରି ଦାଣ୍ଡ ଦୁଆରେ ୫ ପିଲାକୁ ଛାଡି ଚାଲିଗଲା । ଅନାଥ ପାଲଟି ଯାଇଥିବା ବସ୍ତା ଥେଙ୍ଗଡିଆ ଗାଁର ଏହି ୫ ପିଲାଙ୍କ ଏ ହେଉଛି କରୁଣ କାହାଣୀ । ସରକାରଙ୍କ ଆଡ ଆଖି ନଥିବା ବେଳେ ଘର କହିଲେ ଶୌଚାଳୟ ପାଲଟିଛି ଘର । ସରକାରଙ୍କ ଯୋଜନା ମଧ୍ୟ ମିଳିନି । ଯାହାକିଛି ଚାଉଳ ଗଣ୍ଡା ମିଳୁଛି ତାହା ବି ନିଅଂଟ । ଭୋକ ଉପାସରେ ଛିଣ୍ଡା ଜରି ତଳେ ଦୁର୍ବିସହ ଜୀବନ ବିତାଉଛନ୍ତି ଏହି ପିଲାମାନେ ।
ସରକାରୀ ସୁବିଧା ତ ନାହିଁ ଅଧା ଦିନ ପର ହାତଟେକାରେ ବଂଚିଛନ୍ତି ପିଲାମାନେ । ସେହିଭଳି ଅଭିଯୋଗ ପାଇବା ପରେ ଖୁବଶିଘ୍ର ଘର ସହିତ ସମସ୍ତ ସରକାରୀ ସୁବିଧା ଯୋଗାଇ ଦିଅଯିବାକୁ ମିଳିଛି ପ୍ରତିଶ୍ରୁତି ।
ଅସହାୟ ଅବସ୍ଥାରେ ଜୀବନ ଜୀଉଁଥିବା ଏହି ୫ ପିଲାଙ୍କ ପ୍ରତି ଗୁରୁତ୍ୱ ଦିଆଯାଇପାରିଲେ ସେମାନେ ଉପକୃତ ହୋଇପାରିବେ ।