ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ଓ ବାଣିଜ୍ୟ ରେଜଲ୍ଟ । ଦୁଇଟି ୱେବସାଇଟରେ ମିଳିବ ପରୀକ୍ଷା ଫଳ ।

578

କନକ ବ୍ୟୁରୋ : ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଫଳ । ଅପରାହ୍ନ ୩ଟାରେ ଫଳ ପୁସ୍ତିକା ଉନ୍ମୋଚନ କରିବେ ଗଣଶିକ୍ଷା ମନ୍ତ୍ରୀ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଦୁଇଟି ୱେବସାଇଟ ଡବ୍ଲୁ ଡବ୍ଲୁ ଡବ୍ଲୁ ଡଟ୍ ଓରିସାରେଜଲ୍ଟ ଡଟ୍ ଏନଆଇସି ଡଟ ଇନ୍ ଏବଂ ଡବ୍ଲୁ ଡବ୍ଲୁ ଡବ୍ଲୁ ଡଟ୍ ସିଏଚଏସଇଓଡିଶା ଡଟ୍ ଏନଆଇସି ଡଟ୍ ଇନରେ ରେଜଲ୍ଟ ପାଇପାରିବେ ଛାତ୍ରଛାତ୍ରୀ ।

କଳାରେ ୨ଲକ୍ଷ ୩୫ହଜାର ୧୮ ଛାତ୍ରଛାତ୍ରୀ , ବାଣିଜ୍ୟରେ ୨୭ ହଜାର ଓ ଧନ୍ଦାମୂଳକରେ ୬ ହଜାର ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ପ୍ରକାଶ ପାଇବ । ପୂର୍ବରୁ ଯୁକ୍ତ ଦୁଇ ବିଜ୍ଞାନ ରେଜଲ୍ଟ ପ୍ରକାଶ ପାଇଥିଲା । ଚଳିତବର୍ଷ ବାତ୍ୟା ଫୋନି ପ୍ରଭାବରେ ଖାତା ଦେଖାରେ ବିଳମ୍ବ ହୋଇଥିବାରୁ ଫଳ ପ୍ରକାଶ ପାଇବାରେ ତିନି ସପ୍ତାହରୁ ଅଧିକ ବିଳମ୍ବ ହୋଇଛି । ତେବେ ଆଜି ଅପରାହ୍ନ ୩ଟାରେ ଯୁକ୍ତ ଦୁଇ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ କରିବେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ।