ଅଧରାତିରେ ଅଘଟଣ । ଘରେ ଶୋଇଥିବା ବେଳେ ଚଢିଗଲା ବାଲି ବୋଝେଇ ଟ୍ରକ୍ : ଗୋଟିଏ ପରିବାରର ୩ ମୃତ

ଅଧରାତିରେ ଅଘଟଣ

235

କନକ ବ୍ୟୁରୋ : ଅଧରାତିରେ ଅଘଟଣ । କୋରାପୁଟ ଜୟପୁର ଭେଜାପୁଟ ଗାଁରେ ଘରେ ଶୋଇଥିବା ବେଳେ ମାଡିଗଲା ବାଲିବୋଝେଇ ଟ୍ରକ । ଟ୍ରକ ମାଡିଯିବା ଯୋଗୁଁ ଚାପି ହୋଇ ଗୋଟିଏ ପରିବାରର ୩ଜଣଙ୍କ ଜୀବନ ଚାଲି ଯାଇଛି । ମୃତକଙ୍କ ମଧ୍ୟରେ ଅଛନ୍ତି ବାପା, ମାଆ ଓ ଝିଅ । ତେବେ ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତିଯାଇଛନ୍ତି ୧୪ବର୍ଷିୟ ପୁଅ । ଏହି ଘଟଣାକୁ ନେଇ ଭେଜାପୁଟ ଗାଁରେ ଉତେଜନା ଲାଗି ରହିଛି । ଉତ୍ୟକ୍ତ ଲୋକମାନେ ଦାମନଯୋଡି-ଭେଜାପୁଟ ରାସ୍ତାରେ ପୋଡାଜଳା କରିବା ସହ ଅବରୋଧ କରିଛନ୍ତି ।

ତେବେ ମିଳିଥିବା ସୂଚନା ଅନୁସାରେ ରାସ୍ତାରେ ଯାଉଥିବା ଏକ ବାଲି ବୋଝେଇ ଟ୍ରକ ଭାରସ୍ୟାମ ହରାଇ ଘର ଉପରେ ପଡିଯିବାରୁ ଏପରି ଦୁର୍ଘଟଣା ହୋଇଛି । ତେବେ ଏହି ଘଟଣା ସମ୍ପର୍କରେ ଜଣାପଡିବା ପରେ ସ୍ଥାନୀୟ ଅଂଚଳରେ ଉତ୍ତେଜନା ଦେଖାଯାଇଛି । କେଉଁ ପରିସ୍ଥିତିରେ ଏପରି ଭୟାନକ ଦୁର୍ଘଟଣା ହେଲା ତାହାର ତଦନ୍ତ କରାଯିବା ସହ ମୃତକଙ୍କ ନିକଟ ସମ୍ପର୍କୀୟଙ୍କୁ ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରିବା ପାଇଁ ଦାବି ହୋଇଛି । ତେବେ ବର୍ତମାନ ସମୟରେ ବି ରାସ୍ତାରୋକ ହେବାରୁ ଉଭୟ ପାଶ୍ୱର୍ରେ ଗାଡି ଛିଡା ହୋଇରହିଛି ।