ପାକିସ୍ତାନ କ୍ରିକେଟ ବୋର୍ଡର ମୁଖ୍ୟ ରମିଜ ରାଜାଙ୍କୁ ବରଖାସ୍ତ: ଜାଣନ୍ତୁ କିଏ ହେଲେ ନୂଆ ପିସିବି ମୁଖ୍ୟ

383

କନକ ବ୍ୟୁରୋ: ପାକିସ୍ତାନ କ୍ରିକେଟ ବୋର୍ଡର ଅଧ୍ୟକ୍ଷ ରମିଜ ରାଜାଙ୍କୁ ବରଖାସ୍ତ କରିଦିଆଯାଇଛି । ରମିଜ ରାଜା ଲଗାତାର ନିଜ ବୟାନ ଯୋଗୁଁ ବିବାଦରେ ରହିଆସିଥିଲେ । ଏହାରି ଭିତରେ ଏହି କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ରମିଜ ରାଜାଙ୍କ ସ୍ଥାନରେ ନଜମ ସେଠୀଙ୍କୁ ପାକିସ୍ତାନ କ୍ରିକେଟ ବୋର୍ଡର ନୂଆ ଅଧ୍ୟକ୍ଷ କରାଯାଇଛି । ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ ସରିଫ ପିସିବି ମୁଖ୍ୟ ଭାବେ ତାଙ୍କୁ ନିଯୁକ୍ତି କରିଛନ୍ତି ।

ଗତ କିଛିଦିନ ଧରି ଲଗାତାର ରମିଜ ରାଜାଙ୍କୁ ବରଖାସ୍ତ କରାଯିବା ନେଇ ଚର୍ଚ୍ଚା ଜୋର ଧରିଥିଲା । ହେଲେ ଏହି ଖବରକୁ ସେ ଖଣ୍ଡନ କରୁଥିଲେ ଆଉ ପିସିବି ଅଧିକାରୀଙ୍କୁ ସେ କହିଥିଲେ କି ସରକାରଙ୍କ ତରଫରୁ ତାଙ୍କୁ ପଦରେ ରହିବାକୁ ମଞ୍ଜୁର ମିଳିସାରିଛି ।

ନିକଟରେ ଇଂଲଣ୍ଡ ବିପକ୍ଷରେ ପାକିସ୍ତାନ ନିଜ ମାଟିରେ ୦-୩ରେ ଲଜ୍ଜାଜନକ ପରାଜୟ ସ୍ୱିକାର କରିଥିଲା । ପାକିସ୍ତାନ କ୍ରିକେଟ ଇତିହାସରେ ଏପରି ପ୍ରଥମ ଥର ହୋଇଥିଲା ଯେତେବେଳେ ନିଜ ଘରେ ପାକିସ୍ତାନ କ୍ଲିନ ସ୍ୱିପର ଶିକାର ହୋଇଥିଲା । ଇଂଲଣ୍ଡ ପୂର୍ବରୁ ଅଷ୍ଟ୍ରେଲିଆ ମଧ୍ୟ ପାକିସ୍ତାନକୁ ତା ଘରେ ମାତ ଦେଇଥିଲା ।