ହେମାମାଳିନୀଙ୍କ ଗାଲକୁ ରାସ୍ତା ସହ ତୁଳନା କଲେ ମହାରାଷ୍ଟ୍ର ମନ୍ତ୍ରୀ । କାର୍ଯ୍ୟାନୁଷ୍ଠାନ ଚେତାବନୀ ଦେଲେ ମହିଳା ଆୟୋଗ ।

136

କନକ ବ୍ୟୁରୋ : ମହାରାଷ୍ଟ୍ରର ମନ୍ତ୍ରୀ ତଥା ବରିଷ୍ଠ ଶିବସେନା ନେତା ଗୁଲାବରାଓ ପାଟିଲ ଏକ ବିବାଦୀୟ ବୟାନ ଦେଇଛନ୍ତି ଜ୍ଝ ମନ୍ତ୍ରୀ ଜଲଗାଓଁ ଜିଲ୍ଲାର ରାସ୍ତାକୁ ଅଭିନେତ୍ରୀ ହେମା ମାଳିନୀଙ୍କ ଗାଲକୁ ତୁଳନା କରିବା ପରେ ବିବାଦ ଦେଖାଦେଇଛି। ଆଉ ଏହା ପରେ ରାଜ୍ୟ ମହିଳା ଆୟୋଗ ମନ୍ତ୍ରୀଙ୍କୁ ତାଙ୍କ ବିବୃତ୍ତି ପାଇଁ କ୍ଷମା ମାଗିବାକୁ କହିଛନ୍ତି। ପାଟିଲଙ୍କ ମନ୍ତବ୍ୟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ସୂଚନା ମୁତାବକ ବୋଧବାଡ଼ ପଞ୍ଚାୟତ ନିର୍ବାଚନ ସମୟରେ ଏକ ବୈଠକକୁ ସମ୍ବୋଧିତ କରିବାବେଳେ ମନ୍ତ୍ରୀ ଏହି ମନ୍ତବ୍ୟ ଦେଇଛନ୍ତି।

ତାଙ୍କ ଅଭିଭାଷଣରେ ପାଟିଲ ବିରୋଧୀଙ୍କୁ ତାଙ୍କ ନିର୍ବାଚନମଣ୍ଡଳୀ ପରିଦର୍ଶନ କରିବା ସହ ସେଠାରେ ନିର୍ମାଣ ହୋଇଥିବା ରାସ୍ତା ଦେଖିବା ପାଇଁ କହିଥିଲେ। ଅନେକ ଦିନ ଧରି ଜଲଗାଓଁ ଆସନରୁ ବିଧାୟକ ଥିବା ତଥା ପୂର୍ବତନ ବିଜେପି ନେତା ଏକନାଥ ଖାଡସେଙ୍କ ଉପରେ ଟାର୍ଗେଟ କରି ରାଜ୍ୟ ଜଳ ଯୋଗାଣ ମନ୍ତ୍ରୀ ପାଟିଲ କହିଛନ୍ତି, ‘ଯେଉଁମାନେ ୩୦ ବର୍ଷ ଧରି ବିଧାୟକ ଥିଲେ, ସେମାନେ ମୋର ବିଧାନସଭା ନିର୍ବାଚନମଣ୍ଡଳୀକୁ ଆସି ରାସ୍ତା ଦେଖିବା ଉଚିତ୍ ଜ୍ଝ

ଯଦି ରାସ୍ତା ହେମା ମାଳିନୀଙ୍କ ଗାଲ ପରି ହୋଇନଥିବ, ତେବେ ମୁଁ ଇସ୍ତଫା ଦେବି’। ଅନ୍ୟପଟେ ରାଜ୍ୟ ମହିଳା ଆୟୋଗର ଅଧ୍ୟକ୍ଷ ରୁପାଲି ଚାକନକର ମନ୍ତ୍ରୀ ପାଟିଲ କ୍ଷମା ପ୍ରାର୍ଥନା ନକଲେ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛନ୍ତି।