କାନପୁରରେ ଚାଲିଲା ମୃତ୍ୟୁର ବୁଲଡୋଜର । ଘର ଭାଙ୍ଗିବାକୁ ଯାଇଥିବାବେଳେ ଜୀଅନ୍ତା ଜଳି ପ୍ରାଣ ହରାଇଲେ ମା’, ଝିଅ, ବାପା ଗୁରୁତର

116

କନକ ବ୍ୟୁରୋ: କାନପୁର ଦେହାତରେ ସୋମବାର ଘଟିଛି ଏକ ଅଭାବନୀୟ ଘଟଣା । ଜବରଦଖଲ ହଟାଇବାକୁ ଆସିଥିବା ବୁଲ ଡୋଜର ଅପେକ୍ଷା କରିଥିଲା ଘର ଭାଙ୍ଗିବାକୁ । ଏତିକି ବେଳେ ଘଟିଲା ଅଘଟଣ । ଘର ଭିତରେ ପଶିଯାଇଥିଲେ ମା’, ଝିଅ ଏବଂ ‘ନିଆଁ ଲଗାଇଦେଲେ ‘ ବୋଲି ଚିକ୍ରାର କଲେ । ମହିଳା ପୁଲିସ ଆସି ପହଞ୍ଚିଥିଲେ ହେଲେ ମା’ ଝିଅଙ୍କର ଚିକ୍ରାର କମିନଥିଲା । ଏହି ଘଟଣାରେ ଏକାଧିକ ଅଧିକାରୀଙ୍କ ବିରୋଧରେ ମାମଲା ଦାଏର ହୋଇଛି । ଏହାସହ ଜେସିବି ଡ୍ରାଇଭରକୁ ଗିରଫ କରାଯାଇଛି । ଭାଇରାଲ ହେଉଛି କାନପୁର ବୁଲଡୋଜର ଘଟଣାର ପୂର୍ବ ଭିଡିଓ

ସୂଚନା ମୁତାବକ, କାନପୁର ଦେହାତ ଜିଲ୍ଲା ପ୍ରଶାସନ ଜବରଦଖଲ ହଟାଇବାକୁ ପହଞ୍ଚିଲା ହେଲେ ତା ଉପରେ ମା’, ଝିଅଙ୍କର ହତ୍ୟା ଅଭିଯୋଗ ଲାଗିଗଲା । ରିପୋର୍ଟ ମୁତାବକ, କୃଷ୍ଣଗୋପଳଙ୍କ ବିରୋଧର ଜବରଦଖଲର ଅଭିଯୋଗ ହୋଇଥିଲା । କବଜା ହଟାଇବାକୁ ଘଟଣାସ୍ଥଳରେ ବୁଲ ଡୋଜର ପହଞ୍ଚିଥିଲା । କୃଷ୍ଣ ଗୋପାଳଙ୍କ ପରିବାର ଲୋକଙ୍କ ସହ ବୁଲଡୋଜର ଡ୍ରାଇଭରର ବଚସା ହୋଇଥିଲା । ବୁଲଡୋଜର ଘର ଭାଙ୍ଗିବାକୁ ଯାଉଥିବାରୁ ଗୋପାଳକୃଷ୍ଣଙ୍କ ସ୍ତ୍ରୀ ଓ ଝିଅ ଘର ଭିତରେ ପଶିଯାଇ କବାଟ ବନ୍ଦ କରିଦେଇଥିଲେ । ହେଲେ ବୁଲଡୋଜର କିଛି ଶୁଣିନଥିଲା । ଘରର ଛପର ଭାଙ୍ଗୁଥିବାବେଳେ କିଛି ନିଆଁର ଝାସ ଘର ଭିତରେ ଖସିଥିଲା । ଏହି ନିଆଁରେ ମା’, ଝିଅଙ୍କ ଦେହରେ ନିଆଁ ଲାଗିଯାଇଥିଲା । ଫଳରେ ସମସ୍ତଙ୍କ ଆଖି ଆଗରେ ଜୀଅନ୍ତା ପୋଡିଯାଇ ପ୍ରାଣ ହରାଇଲେ ମା’, ଝିଅ । ସେମାନଙ୍କୁ ବଞ୍ଚାଇବାକୁ ଯିବାବେଳେ ଗୋପାଳକୃଷ୍ଣ ମଧ୍ୟ ଗୁରୁତର ଆହତ ହୋଇଥିବା ଜଣାପଡିଛି ।