ସନ୍ତାନ ଜନ୍ମ ନକରିବାରୁ ମହିଳାଙ୍କୁ ତଲାକ୍ ! ଫୋନରେ ତିନି ଥର ତଲାକ କହି ସଂପର୍କ ତୁଟାଇଲେ ସ୍ୱାମୀ

44

ତିନ ତଲାକୁ ନେଇ ସୁପ୍ରିକକୋର୍ଟ ରହିତାଦେଶ ଜାରିକରିଥିବା ବେଳେ ପୁଣିଥରେ ତିନ ତଲାକୁ ନେଇ ଏକ ମାମଲ ସାମ୍ନାକୁ ଆସିଛି । ପୁରୁଣା ପ୍ରଚଳିତ ପରମ୍ପରାକୁ ନେଇ ମୁସଲିମ ମହିଳାମାନଙ୍କ ପ୍ରଥାକୁ ସର୍ବୋଚ୍ଚ ନ୍ୟାୟଳୟ ପକ୍ଷରୁ ବେଆଇନ ଘୋଷିତ କରାଯାଇଥିଲେ ବି ମୁସଲିମ ବ୍ୟକ୍ତିମାନେ ଏହାକୁ ମାନିବାକୁ ନାରାଜ । ମୁସଲିମ ସଙ୍ଗଠନ ପୁରୁଣା ପ୍ରଥାକୁ ଏଯାଏ ଚାଲୁ ରଖିଛନ୍ତି ।

ସୂଚନା ଅନୁସାରେ, ଜଣେ ମୁସଲିମ ମହିଳାଙ୍କୁ ତାଙ୍କ ସ୍ୱାମୀ ତିନି ଥର ତାଲାକ କହି ସଂର୍ପକ ଶେଷ କରିଦେଇଥିବା ଖବର ସାମ୍ନାକୁ ଆସିଛି । ମୁସଲିମ ମହିଳାଙ୍କ କହିବାନୁସାରେ, ବିବାହର ପାଂଚ ବର୍ଷ ପରେ ମହିଳା ଜଣଙ୍କ ମା’ ହେବା ସପ୍ନ ପୂରଣ ହୋଇ ପାରିନଥିଲା । ଯେଉଁଥିପାଇଁ ମହିଳାଙ୍କୁ ତାଙ୍କ ସ୍ୱାମୀ ତିନି ଥର ତଲାକ କହି ସଂପର୍କ ତୁଟାଇ ଦେଇ ଅନ୍ୟ ଏକ ମହିଳା ସହ ବିବାହ କରିବାକୁ ଯାଉଛନ୍ତି ବୋଲି ପୀଡ଼ୀତା ଏଏସପି ଦିଗମ୍ବର କୁଶବାହାଙ୍କୁ ଶନିବାର ଦିନ ଅଭିଯୋଗ କରିଥିଲେ ।

ଏହି ମାମଲାରେ ସମ୍ବନ୍ଧୀତ ଥିବା ସମସ୍ତ ସ୍ଥାନଗୁଡିକୁ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏଏସପି ଦିଗମ୍ବର । ଜିଲ୍ଲା ବଡ୍ଡୁପୁର ଥାନାର ସଲେମପୁର ବାସିନ୍ଦା ଜମୀଲଙ୍କ କନ୍ୟା ଅମରୀନ ବାନୋ ପାଂଚ ବର୍ଷ ପୂର୍ବେ ସଲେମପୁରର ମୋହମମ୍ମଦ ମୋବିନ ସହିତ ବିବାହ କରିଥିଲେ । କିନ୍ତୁ ପାଂଚ ବର୍ଷ ପରେ ବି କୌଣସି ସନ୍ତାନ ନ ହେବାରୁ ନିର୍ଯାତନ ଦେବା ଆରମ୍ଭ କରିଦେଲେ । କିଛି ଦିନ ପୂର୍ବରୁ ଘରୁ ଜବରଦସ୍ତି ବାହାର କରିଦେଥିଲେ । ଏହା ପରେ ବାପା ଘରୁକୁ ଚାଲିଆସିଥିଲି ।

ହଠାତ ୨୪ ଜାନୁୟାରୀ ତାଙ୍କ ସ୍ୱାମୀ ମୋହମ୍ମଦ ମୋବିନ ଫୋନ କରି ତିନ ଥର ତଲାକ କହି ଦେଇଥିଲେ । ଏହା ପରେ ମହିଳା ଜଣଙ୍କ ଭାଙ୍ଗି ନପଡି ଘଟଣାର ଅନୁସନ୍ଧାନ କରି ଜାଣିବାକୁ ପାଇଲେ ଯେ ତାଙ୍କ ସ୍ୱାମୀ ରବିବାର ଦିନ ଅନ୍ୟ ଏକ ମହିଳା ସହିତ ବିବାହ କରିବାକୁ ଯାଉଛନ୍ତି । ଏହା ପରେ ମହିଳା ଜଣଙ୍କ ୨୫ ଜାନୁୟାରୀରେ ଥାନରେ ଅଭିଯୋଗ କରିଥିଲା ପରେ ବି ସେଠିକାର ପୋଲିକ କୌଣସି ଆକ୍ସନ ନେଇନଥିଲେ । ଯେଉଁଥିପାଇଁ ଏଏସପି ଦିଗ କୁଶବାହାଙ୍କୁ ସାକ୍ଷାତ କରି ଜଣାଇଥିଲେ ପୀଡିତା ।

(ସୌଜନ୍ୟ-ନବଭାରତ ଟାଇମ୍ସ)