ଚୋର ଧରେଇ ଦେଲା ସିସିଟିଭି । କୋରାପୁଟ ବୋରିଗୁମ୍ମାରେ ଦୋକାନ, ଘର ଓ ମନ୍ଦିରରୁ ଲୁଟ୍ କରିଥିବା ଅଭିଯୁକ୍ତକୁ ଧରିଲା ପୁଲିସ

90

କନକ ବ୍ୟୁରୋ : ସିସିଟିଭି ଧରାଇଲା ଚୋର । ଲୁଟେରାଙ୍କ ଟାର୍ଗେଟରେ ଦୋକାନ ଓ ମନ୍ଦିର । ଆଖୁ ପିଛୁଳାକେ ଲୁଟି ନେଉଛନ୍ତି ଲୁଟେରା । ଭଲ ଭାବେ ଦେଖନ୍ତୁ ଏହି ସିସିଟିଭି ଦୃଶ୍ୟକୁ । ୪ ଜଣ ଲୁଟେରା କିଭଳି ରାତି ଅଧରେ ଏକ ଦୋକାନ ଘରର ସଟରକୁ ତାଡ଼ି ଭିତରେ ପଶୁଛନ୍ତି । ପରେ ଟଙ୍କା ନେଇ ଫେରାର ହୋଇ ଯାଉଛନ୍ତି । କେବଳ ଦୋକାନ ନୁହେଁ । ଘରେ ମଧ୍ୟ ପଶି ଚୋରି କରି ନେଇଛନ୍ତି । ଅଭିଯୋଗ ପରେ ପୋଲିସ ସିସିଟିଭି ଆଧାରରେ ଲୁଟେରାକୁ ଧରିବାରେ ସଫଳ ହୋଇଛି । ଗତ ୧୬ ତାରିଖରେ ରାତିରେ ଦୋକାନ ଘରର ସଟର ଭାଙ୍ଗି ଲକ୍ଷାଧିକ ଟଙ୍କା ଧରି ଚମ୍ପଟ ମାରିଥିଲେ ଲୁଟେରା, ଏହାପୁର୍ବରୁ ମନ୍ଦିରରୁ ଚୋରି ହୋଇଥିଲା । ଯାହାକୁ ନେଇ ପୋଲିସର ଚିନ୍ତା ବଢ଼ି ଯାଇଥିଲା । ଚୋର ଧରିବା ପାଇଁ ପୋଲିସର ଏକ ସ୍ୱତନ୍ତ୍ର ଟିମ ଘୁରି ବୁଲୁଥିବା ବେଳେ ଦୋକାନ ବାହାରେ ଲାଗିଥିବା ସିସିଟିଭି ଫୁଟେଜ ଆଧାରରେ ତଦନ୍ତ ଜାରି ରଖିଥିଲା । ଲୁଟେରାଙ୍କ ପାଖରେ ପହଚିଂବାରେ ସଫଳ ହୋଇଛି ବୋରିଗୁମ୍ମା ପୁଲିସ । ସେମାନଙ୍କ ପାଖରୁ ଟଙ୍କା , ମୋବାଇଲ, ଓ ମାରଣା ଅସ୍ତ୍ର ଜବତ ହୋଇଛି ।