ରୂପଶ୍ରୀ ଯୋଡିଲେ ରୁପେଲି ଅଧ୍ୟାୟ । ସାଫ୍ ଚାମ୍ପିଆନସିପରେ ଓଡିଆ ଝିଅଙ୍କ ଚମକ,ସୁନ୍ଦରଗଡ଼ରୁ ଟିମ୍ ଇଣ୍ଡିଆ

59

କନକ ବ୍ୟୁରୋ : ଓଡିଶାର ସମୃଦ୍ଧଶାଳୀ ମହିଳା ଫୁଟବଲ ଇତିହାସରେ ଆଉ ଏକ ଅଧ୍ୟାୟ ଯୋଡିଛନ୍ତ କେନ୍ଦୁଝର ଯୋଡା ହଟିଂ ଗାଁର କ୍ରୀଡା ତରାକା ରୂପଶ୍ରୀ ମୁଣ୍ଡା । ୧୪ ବର୍ଷୀୟା ‘ଫୁଟବଲ ଫୁଲ’ଙ୍କ ମହକ ବିଦେଶରେ ଫୁଟି ଉଠିଛି । ରାଷ୍ଟ୍ରୀୟ ସାଫ୍ ଚମ୍ପିଆନସିପ୍ରେ ଚମକ ଦେଖାଇ ଓଡିଶା ମହିଳା ଫୁଟବଲର ଉଜ୍ଜ୍ୱଳ ସମ୍ଭାବନା ଆଣିଛନ୍ତି ରୂପଶ୍ରୀ । ନେପାଳ ଯାଇଥିବା ୨୩ ଜଣିଆ ଭାରତୀୟ ଦଳର ସବୁ ମ୍ୟାଚ୍ ଖେଳିଥିବା ଖେଳାଳିଙ୍କ ମଧ୍ୟରୁ ରୂପଶ୍ରୀ ଅନ୍ୟତମ । ପୁରା ପ୍ରତିଯୋଗିତାରେ ପ୍ରଭାବୀ ପ୍ରଦର୍ଶନ କରିବା ପରେ ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ବବି ଥୋମାସ ମଧ୍ୟ ତାଙ୍କ ଭବିଷ୍ୟତ ନେଇ ବେଶ୍ ଉତ୍ସାହିତ ଅଛନ୍ତି ।

ରୂପଶ୍ରୀ ବର୍ତମାନ ସୁନ୍ଦରଗଡ କ୍ରୀଡା ଛାତ୍ରାବାସରେ ରହି ଫୁଟବଲ ପ୍ରଶିକ୍ଷଣ ନେଉଛନ୍ତି । ରୂପଶ୍ରୀ କେବଳ ଏହି ସାଫ୍ ଗେମ୍ ନୁହେଁ ଜୁନିୟର ନ୍ୟାସନାଲ ଟିମ୍ରେ ମଧ୍ୟ ଖେଳି ସାରିଛନ୍ତି । ଆଗାମୀ ଦିନରେ ସେ ସିନିୟର ଭାରତୀୟ ଫୁଟବଲ ଦଳରେ ଖେଳିବାକୁ ସ୍ୱପ୍ନ ଦେଖୁଛନ୍ତି । ଅନ୍ୟପଟେ ରୂପଶ୍ରୀଙ୍କୁ ନେଇ ଅନେକ ସ୍ୱପ୍ନ ଦେଖୁଛନ୍ତି କୋଚ୍ । ସେ ଏହି ସାଫ୍ ଗେମ୍ ଖେଳି ଉପବିଜେତା ହୋଇ ଆସିବା ପରେ ସୁନ୍ଦରଗଡ କ୍ରୀଡା ଛାତ୍ରାବାସରେ ତାଙ୍କୁ ସ୍ୱାଗତ କରିବା ସହ ଉତ୍ସବ ମନେଇଛନ୍ତି ସହେଯାଗୀ କ୍ରୀଡା ଛାତ୍ରଛାତ୍ରୀ ।

ସାଫ୍ ଚମ୍ପିଆନସିପ୍ରେ ତୀବ୍ର ପ୍ରତିଦ୍ୱନ୍ଦିତାପୂର୍ଣ୍ଣ ଫାଇନାଲରେ ଭାରତ ପୋନଲ୍ଟି ସୁଟ୍ଆଉଟରେ ବାଂଲାଦେଶ ଠାରୁ ମାତ୍ର ଗୋଟିଏ ଗୋଲ୍ ବ୍ୟବଧାନରେ ହାରି ଉପବିଜେତା ହୋଇଛି । ଦଳ ସିନା ଉପବିଜେତା ହୋଇଛି କେନ୍ଦୁଝର ଜିଲ୍ଲାର ସୁନା ଝିଅକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ।