ପାଣି ପାଇଁ ଦହଗଂଜ ହେଉଛି ପୁରା ଗାଁ । ଘର ଠାରୁ ଗୋଟିଏ କିଲୋମିଟର ଦୂର ନଳକୂଅରୁ ପାଣି ସଂଗ୍ରହ କରୁଛନ୍ତି ଝିଅ-ବୋହୂ, ବାରମ୍ବାର ଅଭିଯୋଗ ପରେ ବି ଶୁଣୁନାହିଁ ପ୍ରଶାସନ

40

କନକ ବ୍ୟୁରୋ : କିଏ ସାଇକେଲ୍ ସାହାଯ୍ୟରେ ପାଣି ବୋହି ନେଉଛନ୍ତି, ତ ଆଉ କିଏ ପାଣି ଗରା ଧରି ଚାଲି ଚାଲି ହାଲିଆ । ଖରାଦିନ ଆରମ୍ଭରୁ ବଢିଲାଣି ଜଳ ଯାତନା । ଜଳ ଯନ୍ତ୍ରଣାର ଏ ଦୃଶ୍ୟ ଆସିଛି ମୟୂରଭଂଜ ଜିଲ୍ଲା ଖୁଂଟା ବ୍ଲକ ଅନ୍ତର୍ଗତ ଦୁଲାସାହି ଗାଁରୁ । ୩୦ ପରିବାର ଆଜି ବି ପାଣି ପାଇଁ ଡହଳ ବିକଳ ହେଉଛନ୍ତି । କାହିଁକି ନା ଗାଁରେ ଗୋଟିଏ ବି ନଳକୂଅ ନାହିଁ । ତେଣୁ ସବୁ ଦିନ ଘର ଠାରୁ ଏକ କିଲୋମିଟର ଦୂର ଜଙ୍ଗଲ ନିକଟକୁ ଯାଇ ପରିବାର ପାଇଁ ପାଣି ସଂଗ୍ରହ କରୁଛନ୍ତି ମହିଳା ।

ଏଠାରୁ ବି ପାଣି ନେବାକୁ ଆଗୁଆ ପହଂଚିବାକୁ ପଡିବ । କାରଣ ନଳକୂପରୁ ଗରାଏ ପାଣି ବାହାରିବା ପରେ ବନ୍ଦ ହୋଇଯାଏ । ପୁଣି ଘଂଟାଏ ଦୁଇ ଘଂଟା ପରେ ପାଣି ବାହାରିଥାଏ । ତେଣୁ ପାଣି ପାଣି ପାଇଁ ଦିନ ତମାମ ଅପେକ୍ଷା କରିବାକୁ ପଡେ । ପାନୀୟ ଜଳର ସୁବିଧା ନିମନ୍ତେ ବାରମ୍ବାର ସରକାରୀ ବାବୁ ଓ ଜନ ପ୍ରତିନିଧିଙ୍କୁ ଗୁହାରି କରିଛନ୍ତି ଗ୍ରାମବାସୀ । ହେଲେ କୌଣସି ସୁଫଳ ମିଳିପାରିନଥିବା ଦୁଃଖର ସହ କହିଛନ୍ତି ଗ୍ରାମବାସୀ ।

ତେବେ ଏ ସବୁ ଭିତରେ ଦୁଲାସାହି ବାସିନ୍ଦାଙ୍କ ଜଳ ଯାତନାର ଅନ୍ତ କେବେ ତାକୁ ହିଁ ଅପେକ୍ଷା ।