ପ୍ରାଣୀ ସମ୍ପଦର କଷ୍ଟ । ଭେଟନାରୀ ଡାକ୍ତରଙ୍କ ଆନ୍ଦୋଳନ ଯୋଗୁଁ ଯନ୍ତ୍ରଣା ଭୋଗୁଛନ୍ତି ପଶୁ-ପକ୍ଷୀ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବଜରଙ୍ଗ ଦଳର ହଙ୍ଗାମା ।

93

କନକ ବ୍ୟୁରୋ: ଗୋଟେପଟେ ପ୍ରାଣୀ ଚିକିତ୍ସକ ମାନେ ଆନ୍ଦୋଳନରେ ଥିବା ବେଳେ ସେପଟେ ପ୍ରାଣୀ ଚିକିତ୍ସା ବାଧାପ୍ରାପ୍ତ ହେଉଛି । ସୁନ୍ଦରଗଡ ସହରରେ ମଧ୍ୟ ଏହାର ପ୍ରଭାବ ପଡ଼ିଛି ।
ସହରର ରାସ୍ତାରେ ଏକ ବାଛୁରୀ ଛୁଆକୁ କୌଣସି ଗାଡି ଦୁର୍ଘଟଣା ହେବା ଯୋଗୁଁ ତାର ଗୋଡ ସଂପୂର୍ଣ୍ଣ ଭାବରେ ଭାଙ୍ଗି ଯାଇଛି । ହେଲେ ଘଟଣାର ୨୪ ଘଣ୍ଟା ହୋଇଯାଇଥିଲେ ବି ତାକୁ ଚିକିତ୍ସା ମିଳି ନପାରିଲା ନାହିଁ ।

ତେବେ ବଜରଙ୍ଗଦଳର କର୍ମୀମାନେ ବାଛୁରୀ ଛୁଆକୁ ଆଣି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ପ୍ରକୋଷ୍ଠରେ ରଖିଛନ୍ତି । ଏବେ ବାଛୁରୀ ଛୁଆଟି ଜୀବନ ସହ ସଂଘର୍ଷ କରୁଛି । ବଜରଙ୍ଗ ଦଳ କହିଛି ସହରରେ ଗୋ-ରକ୍ଷା ପାଇଁ କୌଣସି ବ୍ୟବସ୍ଥା କରାଯାଉନାହିଁ । ଗୋଶାଳା ହେଉକି କିଭଳି ଶୀଘ୍ର ଚିକିତ୍ସା ବ୍ୟବସ୍ଥା ଗ୍ରହଣ କରାଯାଉନଥିବା ରୁ ଏହିଭଳି ପଦକ୍ଷେପ ଗ୍ରହଣ କରିଛୁ ବୋଲି ଦଳ କହିଛି ।

ଚାରି ଦଫା ଦାବି ନେଇ ସାରା ରାଜ୍ୟରେ ୩ ସପ୍ତାହରୁ ଅଧିକ ଦିନ ଧରି ସମୂହ ଛୁଟିରେ ଅଛନ୍ତି ପ୍ରାଣୀ ଚିକିତ୍ସକ । ପ୍ରାଣୀ ଚିକିତ୍ସକ ଆନ୍ଦୋଳନ ଯୋଗୁଁ ଚିକିତ୍ସା ଅଭାବରୁ ହନ୍ତସନ୍ତ ହେଉଛନ୍ତି ଗୋମାତା ଏବଂ ଗାଈ ରଖୁଥିବା ଲୋକେ । ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ୍ରେ ମଧ୍ୟ ଏହାର ପ୍ରଭାବ ପଡ଼ିଛି । ସମୁହ ଛୁଟି ଯୋଗୁଁ ପ୍ରାଣୀ ଚିକିତ୍ସା କେନ୍ଦ୍ରକୁ ଡାକ୍ତର ଆସୁ ନାହାନ୍ତି କି ଗାଁକୁ ଯାଇ ରୋଗୀ ସେବା ମଧ୍ୟ ହୋଇପାରୁନାହିଁ । ଯାହା ଦ୍ୱାରା ଚିକିତ୍ସା ସମୟରେ ଚିକିତ୍ସାରୁ ବଂଚିତ ହେଉଛନ୍ତି ଗାଈ । ଏପରି ସ୍ଥିତିରେ ବୁଲା ଗାଈଗୋରୁଙ୍କ ପାଇଁ ଗୋଶାଳା କରି ଚର୍ଚ୍ଚା ସାଉଂଟିଛନ୍ତି ସନ୍ତୋଷ । ନିଜ ଗୋଶାଳା ବ୍ୟତୀତ ବୁଲି ବୁଲି ଆହତ ଏବଂ ରୋଗାଗ୍ରସ୍ତ ଗାଈଙ୍କ ଚିକିତ୍ସା କରୁଛନ୍ତି ସନ୍ତୋଷ ।