ଆସନ୍ତା ମାସ ୧୪ ତାରିଖରେ ସରୁଛି ମାଗଣା ଆଧାର କାର୍ଡ ସଂଶୋଧନ ସମୟ । ମାର୍ଚ୍ଚ ୧୪ ତାରିଖ ପରେ ପଡ଼ିବ ଫାଇନ୍ ।

1,525

କନକ ବ୍ୟୁରୋ: ଆପଣଙ୍କ ଆଧାର କାର୍ଡରେ କୌଣସି ତ୍ରୁଟି ରହିଛି କି । ଆପଣଙ୍କ ନାଁ ଠିକଣା ମୋବାଇଲ ନମ୍ବରରେ କୌଣସି ଭୁଲ ରହିଯାଇଛି କି । ଯଦି ଭୁଲ ରହିଯାଇଛି ମାର୍ଚ୍ଚ ୧୪ ତାରିଖ ଭିତରେ ଏହାକୁ ମାଗଣାରେ ସୁଧାରି ନିଅନ୍ତୁ । ନହେଲେ ମାଗଣାରେ ମିଳୁଥିବା ଏହି ସେବାର ଅବିଧି ସରିଯିବ । ଏବଂ କୌଣସି ପରିବର୍ତନ କରିବାକୁ ଚାହୁଁଥିଲେ ଦେୟ ଦେବାକୁ ପଡିବ ।

ମାଗଣାରେ ଆଧାର ସଂଶୋଧନ କରିବା ପାଇଁ ଧାର୍ଯ୍ୟ ହୋଇଥିବା ତାରିଖ ଶେଷ ହେବାକୁ ଯାଉଛି । ୨୦୨୩ ଡିସେମ୍ବର ମାସରେ ଆଧାର କାର୍ଡ ଅପଡେଟ୍ ପାଇଁ ୩ ମାସ ସମୟ ବୃଦ୍ଧି କରିଥିଲେ ସରକାର । ତେବେ ଆସନ୍ତା ୧୪ ତାରିଖରେ ଏହି ଅବଧି ଶେଷ ହେବାକୁ ଯାଉଛି । ତେଣୁ ଏହା ପୂର୍ବରୁ ଆଧାର କାର୍ଡ ଗୁଡିକ ମାଗଣାରେ ଅପଡେଟ୍ କରିନେବା ପାଇଁ କୁହାଯାଇଛି । ଯଦି ଆପଣ ମାର୍ଚ ୧୪ ତାରିଖ ପରେ କୌଣସି ସଂଶୋଧନ କରନ୍ତି ଏକ ନିର୍ଦ୍ଦିଷ୍ଟ ଦେୟ ଦେବାକୁ ପଡିବ ।