ବାକି ଟଙ୍କା ମାଗିବାରୁ ଦୋକାନ ଜାଳିଦେଲା ଅଭିଯୁକ୍ତ । ହୁ ହୁ ହୋଇ ଜଳିଗଲା ଦୋକାନ । ୧୩୦ ଟଙ୍କା ପାଇଁ ୫ ଲକ୍ଷ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ

249

କନକ ବ୍ୟୁରୋ; ୧୩୦ ଟଙ୍କା ପାଇଁ ପୋଡିଗଲା ୫ ଲକ୍ଷର ସମ୍ପତ୍ତି । ହେଲେ ବଞ୍ଚିଗଲା ଜୀବନ । ବାକି ଟଙ୍କା ମାଗିବାରୁ ଦୋକାନ ଜାଳିଦେଲେ ଦୁର୍ବୃତ୍ତ । ଭୁବନେଶ୍ୱର ଚନ୍ଦକା ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଗାଁର ରଞ୍ଜିତ କୁମାର ସାହୁଙ୍କ କିରାନା ଦୋକାନରୁ ବାକିରେ ୧୩୦ ଟଙ୍କାର ଜିନିଷ ନେଇଥିଲେ ସଦାଶିବ । ଆଉ ଟଙ୍କା ଫେରାଇବାକୁ ନେଇ ଉଭୟ ସଦାଶିବ ସ୍ୱାଇଁ ଓ ରଞ୍ଜିତ ସାହୁଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା, ଯାହା ପରେ ଉଗ୍ରରୂପ ଧାରଣ କରିଛି ।

  • ୧୩୦ ଟଙ୍କା ପାଇଁ ଚାଲିଯାଇଥାନ୍ତା ଜୀବନ !
  • ଜୀବନ ବଞ୍ଚିଗଲା, ହେଲେ ପୋଡ଼ି ଗଲା ୫ ଲକ୍ଷର ସମ୍ପତ୍ତି
  • ବାକି ଟଙ୍କା ମାଗିବାରୁ ଦୋକାନ ଜାଳିଦେଲେ ଦୁର୍ବୃତ୍ତ!

ନା: ସଦାଶିବ ସ୍ୱାଇଁ । ବୟସ: ୩୫ ବର୍ଷ । ଠିକଣା: ମଧୁବର, ଚନ୍ଦକା, ଭୁବନେଶ୍ୱର । ଟଙ୍କା ଫେରାଇ ଦେବାର ପ୍ରତିଶ୍ରୁତି ଦେଇ ସଦାଶିବ, ଗାଁର ରଞ୍ଜିତ କୁମାର ସାହୁଙ୍କ କିରାନା ଦୋକାନରୁ ବାକିରେ ୧୩୦ ଟଙ୍କାର ସାମାନ ନେଇଥିଲା । ଆଉ ଟଙ୍କା ଫେରାଇବାକୁ ନେଇ ଉଭୟ ସଦାଶିବ ସ୍ୱାଇଁ ଓ ରଞ୍ଜିତ ସାହୁଙ୍କ ମଧ୍ୟରେ ଝଡ଼ଡ଼ା ହୋଇଥିଲା । ଏହି ଘଟଣାରେ ଉତକ୍ଷିପ୍ତ ହୋଇ, ଜୀବନରୁ ମାରି ଦେବାକୁ ଧମକ୍ ଦେଇଥିଲା ସଦାଶିବ । ଏବଂ ବିଳମ୍ବିତ ରାତିରେ ମହୁଲ ବଜାରରେ ଥିବା ଗ୍ରସରି ଦୋକାନରେ ଅଭିଯୁକ୍ତ ନିଆଁ ଲଗାଇଦେଇଥିବା ଅଭିଯୋଗ ହୋଇଥିଲା ।
ଏହି ଅଗ୍ନିକାଣ୍ଡରେ ରଞ୍ଜିତ ସାହୁଙ୍କ ଜୀବନ ବଞ୍ଚିଯାଇଛି ସତ, ହେଲେ ପ୍ରାୟ ୫ ଲକ୍ଷ ଟଙ୍କାର ସମ୍ପତି ପୋଡ଼ି ପାଉଁଶ ହୋଇଯାଇଛି ।