ନିଆଁ ନେଇଗଲା ସବୁକିଛି: କେଉଁଠି ପ୍ରତିଶୋଧର ନିଆଁ ଜାଳିଦେଲା ଦୋକାନ, କେଉଁଠି ବାସହରା କଲା ନିଆଁ । ଲିଭୁନି ବି ଶିମିଳିପାଳ ନିଆଁ…

60

କନକ ବ୍ୟୁରୋ: ଖୋର୍ଦ୍ଧା ଚନ୍ଦକା ଥାନା ଅନ୍ତର୍ଗତ ମହୁଲ ବଜାରରେ ବିଳମ୍ବିତ ରାତିରେ ଏକ ଗ୍ରୋସରୀ ଦୋକାନରେ ନିଆଁ ଲଗାଇ ଦେଇଛନ୍ତି ଦୁର୍ବୃତ୍ତ । ପ୍ରାୟ ୫ ଲକ୍ଷ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଇଛି । ଖୋର୍ଦ୍ଧା ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ମଧୁପୁର ଗାଁର ବୃନ୍ଦାବନ ସାହୁଙ୍କ ଦୋକାନରୁ ତାଙ୍କ ଗାଁର ଜଣେ ଲୋକ ବାକି ନେଇଥିଲେ । ବାକି ଟଙ୍କା ମାଗିବାରୁ ସେହି ଲୋକ ଦୋକାନ ଜାଳି ଦେଇଥିବା ଅଭିଯୋଗ ହୋଇଛି । ଚନ୍ଦକା ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

  • ନିଆଁ ଉଜାଡିଦେଲା ସଜଡା ଘର
  • ପାଉଁଶ ତଳୁ ସ୍ମୃତି ସାଉଁଟୁଛନ୍ତି ସବିତା
  • ଚୂଲି ନିଆଁରୁ ଜଳିଗଲା ଘରଦ୍ୱାର

ସେପଟେ ଆଖି ଆଗରେ ଜଳିପୋଡି ପାଉଁଶ ହୋଇଯାଇଛି ମୁଣ୍ଡ ଉପରେ ଥିବା ଛପର । ଜୀବନ ଜିଇଁବା ପାଇଁ ଯେଉଁ ଟିଣ କୁଡିଆଟି ନିର୍ମାଣ କରିଥିଲେ ତାହା ପୋଡିଜଳି ଯାଇଛି । ଚୁଲିରୁ ନିଆଁ ଲାଗି ପାଉଁଶ ହୋଇଯାଇଛି ବାଲେଶ୍ୱର ଜ୍ଲିଲା ଭୋଗରାଇ ବ୍ଳକ ନୂଆଗାଁର ସବିତା ସାହୁଙ୍କର ଘର । ୧୫ ବର୍ଷ ତଳେ ସ୍ୱାମୀଙ୍କ ନିର୍ଯାତନା ସହିନପାରି ବାପାଘରକୁ ଚାଲି ଆସିଥିଲେ ସବିତା । ପରିବାର ଲୋକେ ତାଙ୍କୁ ଏହି ସ୍ଥାନରେ ଥଇଥାନ କରାଇଥିଲେ । ସେବେଠୁ ଏକା ରହୁଥିଲେ । ଏବେ ସେହି କୁଡିଆଟି ପୋଡି ପାଉଁଶ ହୋଇଯାଇଛି ।

  • ତାତି ବଢୁଛି, ଜଙ୍ଗଲ ଜଳୁଛି !
  • ଗାଁରେ ତତଲା ପବନ ବହୁଛି !
  • ଲିଭୁନି ଶିମିଳିପାଳ ନିଆଁ
  • ରଣପୁରରେ ଭୟାବହ ଅଗ୍ନିକାଣ୍ଡ

ଖାଲି ସେତିକି ନୁହେଁ ନିଆଁ କେତେ ଭୟଙ୍କର ହୋଇପାରେ ତାର ଆଉ ଏକ ଚିତ୍ର ଆସିଛି ନୟାଗଡ଼ ରଣପୁର ଜଙ୍ଗଲରୁ । ରଣପୁର ରାସ୍ତାର ସାନଗୋରଡ଼ା ଠାରୁ ଅସୁର କୁମାରୀ ପାହାଡ଼, ଲୁଣି ସାହି, ଡେଙ୍ଗାଝର, ବଜ୍ରକୋଟ ଗାଁ ନିକଟରେ ଥିବା ପାହାଡ଼ରେ ଲାଗିଛି ନିଅାଁ । ପାହାଡ଼ରେ ଥିବା ମୂଲ୍ୟବାନ ଗଛ ପୋଡ଼ି ପାଉଁଶ ହୋଇଯାଇଛି । ପାହାଡ଼ର ଚାରିପଟେ ନିଆଁ ବ୍ୟାପିବାର ଆଶଙ୍କା ରହିଛି ନିଅାଁ । ପରିବେଶ ଧୂଅାଁମୟ ରହିଥିବା ବେଳେ ତତଲା ପବନ ସ୍ଥାନୀୟ ବାସିନ୍ଦାଙ୍କୁ ଅସ୍ତବ୍ୟସ୍ତ କରିଛି । ଶିମିଳିପାଳ ଜଙ୍ଗଲରେ ଲାଗିଥିବା ନିଆଁ ଏପର୍ଯ୍ୟନ୍ତ ଲିଭୁ ନାହିଁ । ଧୀରେ ଧୀରେ କାୟା ବିସ୍ତାର କରିଚାଲିଛି ନିଆଁ । ବହୁ ମୂଲ୍ୟବାନ ଗଛ ସହ ବହୁ ଓøଷଧୀୟ ଗୁଳ୍ମ ସବୁ ପୋଡି ପାଉଁଶ ହୋଇଯାଇଛି । ନିଅାଁକୁ ଆୟତ କରିବା ନାକେଦମ୍ ହୋଇପଡିଛି ବନବିଭାଗ ।