ଶାନ୍ତିପୂର୍ଣ୍ଣ ଓ ନିରପେକ୍ଷ ମତଦାନ ପାଇଁ ଶପଥ ପାଠ । ଭୋଟରକୁ ମତଦାନ କେନ୍ଦ୍ରକୁ ଆଣିବା ପାଇଁ ନିଆରା ପ୍ରୟାସ

69

କନକ ବ୍ୟୁରୋ : ମୋ ଭୋଟ ମୋ ଅଧିକାର । ବିଡିଓ କରାଇଲେ ବାବୁଙ୍କୁ ଶପଥ ପାଠ । ନିର୍ବାନରେ ଯେପରି କୈାଣସି ଭୋଟର ମତଦାନରୁ ବାଦ ଯିବେ ନାହିଁ ସେଇ ଦିଗରେ ସଚେତନତା ପାଇଁ ଆଜି ସାରା ଦେଶରେ ପାଳିତ ହେଉଛି ଜାତୀୟ ଭୋଟର ଦିବସ । ଭୋଟରଙ୍କୁ ସଚେତନ କରିବା ପାଇଁ ବିଭିନ୍ନ ସ୍ଥାନରେ ଶୋଭାଯାତ୍ରା କରାଯାଇଛି । ଏହି ଅବସରରେ କଟକ ନିଆଳି ବ୍ଲକ ପରିସରରେ ବ୍ଲକ ପ୍ରଶାସନ ପକ୍ଷରୁ ସବୁ ବାବୁମାନଙ୍କ ସହ ମହିଳା ଯୁବକ ଓ ବୁଦ୍ଧିଜୀବୀମାନଙ୍କୁ ଶପଥପାଠ କରାଇଛନ୍ତି ନିଆଳି ବିଡିଓ ଉଲ୍ଲାସ ଚନ୍ଦ୍ର ସେଠୀ ।