ଭଡାଟିଆଙ୍କୁ ତାଲା ପକାଇ ଘରେ କଳାକନା ବୁଲାଇ ଦେଲେ ଲୁଟେରା । ଗେଟ୍, କବାଟ ଓ ଆଲମିରା ତାଲା ତାଡି ଲୁଟି ନେଲେ ୧୦ ଭରି ସୁନା ଓ ନଦର ୫୦ ହଜାର ଟଙ୍କା

537

କନକ ବ୍ୟୁରୋ : ଭଡାଟିଆଙ୍କୁ ଚାବି ପକାଇ ବିଶ୍ୱ ତାରିଣୀ ଯୁକ୍ତ ଦୁଇ ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷାଙ୍କ ଘରେ କଳାକନା ବୁଲାଇଲେ ଲୁଟେରା । କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଅଧିନ ଛେନାପଦି କେନାଲ ନିକଟରେ ଅଧ୍ୟକ୍ଷା ଉଷାରାଣୀ ଦାସଙ୍କ ଘର । ସେ କିଛି ଦିନ ହେଲା ଭୁବନେଶ୍ୱର ଯାଇଥିଲେ । ଘର ମାଲିକଙ୍କ ଅନୁପସ୍ଥିତିର ସୁଯୋଗ ନେଇ ଦୁର୍ବୃତ ମାନେ ତାଙ୍କ ଘରେ ପଶିଥିଲେ । ଘରର ମୁଖ୍ୟ ଫାଟକ, କବାଟ ଓ ଆଲମିରା ତାଲା ଭାଙ୍ଗି ୧୦ ଭରିରୁ ଉଦ୍ଧ୍ୱର୍ ସୁନା ଓ ରୂପା ଅଳଙ୍କାର ସହ ନଗଦ ୫୦ ହଜାର ଟଙ୍କା ଲୁଟି ନେଇଛନ୍ତି ଲୁଟେରା । ଏପରିକି ଦୁର୍ବୃତ ମାନେ ତାଙ୍କ ତଳ ଘରେ ଭଡ଼ାରେ ରହୁଥିବା ଭଡ଼ାଟିଆଙ୍କୁ ତାଲା ପକାଇ ଏହି ଲୁଟ୍ କରିଥିବା ଜଣାପଡ଼ିଛି । ଏନେଇ ନନ୍ଦିପଦା ଥାନାରେ ଅଭିଯୋଗ ପରେ ଫରେନସିକ୍ ସ୍କ୍ୱାର୍ଡ଼ ସହାୟତାରେ ତଦନ୍ତ ଆରମ୍ଭ ହୋଇଛି ।