କେନାଲରୁ ମିଳୁନି ପାଣି । ଶୁଖିଗଲାଣି ଚାଷ ଜମି, ଏକର ଏକର ଫସଲ ଝାଉଁଳି ନଷ୍ଟ । ଚିନ୍ତାରେ ପୁରୀ ସଦର ବ୍ଲକର ଚାଷୀ

84

କନକ ବ୍ୟୁରୋ : କେନାଲରୁ ମିଳୁନି ପାଣି । ଜମି ଫାଟି ଆଁ କରିଥିବା ବେଳେ ଚିନ୍ତାରେ ପଡିଛି ଚାଷୀ କୁଳ । ପୁରୀ ସଦର ବ୍ଲକ ଅନ୍ତିକେରାରୁ ନେଇ ବେଣାକେରା ନରେନ୍ଦ୍ରପୁର ଭଳି ଗାଁର ଚାଷୀ କେନାଲ ଉପରେ ନିର୍ଭର କରି ଚଳୁଛନ୍ତି । କେବଳ ଜଳସେଚନ ବିଭାଗର ମନମୁଖୀ କାମ ପାଇଁ ଚାଷୀଙ୍କୁ ଆବଶ୍ୟକ ପାଣି ମିଳିପାରୁନି । କେନାଲରୁ ପାଣି ଆସୁନଥିବାରୁ ଏକର ଏକର ଚାଷ ଜମି ଶୁଖିଲା ପଡିଛି । ଆଉ କେଉଁଠି ଧାନ ବିଲ ଫାଟି ଆଁ କରିଛି ତ କେଉଁଠି ଗଛ ସବୁ ଝାଉଁଳି ନଷ୍ଟ ହେବାରେ ଲାଗିଲାଣି । କେନାଲରେ ଦଳ ଭର୍ତି ହୋଇଥିବା ବେଳେ ଗଛ ଉଠି ଜଙ୍ଗଲ ପାଲଟିଗଲାଣି । ରକ୍ଷଣାବେକ୍ଷଣର ଅଭାବରୁ କେନାଲ ପୋତି ହୋଇଗଲାଣି । ଚାଷୀଙ୍କୁ ବୁନ୍ଦାଏ ପାଣି ମିଳୁନଥିବା ବେେଳେ ବହୁବାର ଅଭିଯୋଗ କରାଯାଇଥିଲ ବି ଶୁଣିବାକୁ ଯେମିତି କେହି ନାହିଁ ।

ବିଲକୁ ପାଣି ମାଡୁନଥିବା ବେଳେ ଜମି ଫାଟି ଆଁ କରିଛି । ଅଭିଯୋଗ ପରେ ଅଭିଯୋଗ ହୋଇଥିଲେ ବି ସମାଧାନ ହେବାର ନାଁ ନାହି । ସେପଟେ ଚାଷୀ ଆତ୍ମହତ୍ୟା କରିବାର ନଜିର ମଧ୍ୟ ରହିଛି । ଯଦି ସଠିକ୍ ସମୟରେ ବିଲକୁ ପାଣି ଦିଆନଯାଏ ତେବେ ଏକର ଏକର ଫସଲ ନଷ୍ଟ ହୋଇଯିବ ।

ସମସ୍ୟା ଭିତରେ ରହିଥିବା ଚାଷୀ ମାନଙ୍କ ପ୍ରତି ଗୁରୁତ୍ୱ ଦିଆଯିବା ସହ କେନାଲର ପୁନରୁଦ୍ଧାର କରାଯାଇପାରିଲେ ଚାଷୀ ମାନେ ଉପକୃତ ହୋଇପାରିବେ ।