ସବୁଜ ବନାନୀ ଭିତରେ ମନ ମୋହୁଛି ପାହାଡି ଝରଣା । ପ୍ରଭୁ ହନୁମାନଙ୍କ ବାଟିକାର ମନଲୋଭା ଦୃଶ୍ୟ, ଶାନ୍ତିଝରରେ ଲାଗିଛି ପର୍ଯ୍ୟଟକଙ୍କ ଭିଡ

116

କନକ ବ୍ୟୁରୋ : ପିକନିକ୍ ରୁତୁରେ ପର୍ଯ୍ୟଟକଙ୍କ ଭିଡ । ଗଂଜାମ ଜିଲ୍ଲାର ଧରାକୋଟ ଥାନା ନିକଟରୁ ୨ କିଲୋ ମିଟର ଦୁରରେ ରହିଛି ଶାନ୍ତିଝର । ଉଭୟ ପାଶ୍ୱରେ ସବୁଜ ଗଛଲତାରେ ଭରପୁର ରାସ୍ତା ଦେଇ କିଛି ଦୁୁର ଗଲେ ପ୍ରକୃତିର ଅନନ୍ୟ ଶୋଭାରାଜି ଭରା ଏହି ସ୍ଥାନଟି ପଡେ । ବଣ ପାହାଡ ଘେରା ମନୋରମ ପରିବେଶ ଭିତର ପାହାଡି ଝରଣା ପାଲଟିଛି ମୁଖ୍ୟ ଆକର୍ଷଣ । ଶାନ୍ତି ଝରର ପାହାଡ ଉପରେ ଥିବା ହିଲ୍ ପଇନଟ୍ ଓ ହନୁମାନ ବାଟିକାର ଦୃଶ୍ୟ ଅତିବ ମନୋରମ । ଏହି ଜାଗାକୁ ଆସୁଥିବା େଲୋକେ ଭୋଜିଭାତ କରିବା ସବୁଜିମା ଜଙ୍ଗଲ ଭିତରେ କିଛି ସମୟ ବିତାଇବାକୁ ଭୁଲନ୍ତି ନାହିଁ । ବିଭିନ୍ନ ଜାଗାରୁ ସେଲଫି ନେବା ସହିତ ପାହାଡ ଉପରୁ ବହି ଆସିଥିବା ଝରଣା ପାଣିରେ ଗାଧୋଇ ମଜା ନେଇଥାନ୍ତି ।

ଶିତ ଦିନ ଆସିଲେ ଶାନ୍ତିଝର ବୁଲି ଆସୁଛନ୍ତି ଦୂରଦୂରାନ୍ତରୁ ବହୁ ପର୍ଯ୍ୟଟକ । ବନରାଜି ବୁଲିବା ସହ ଛୋଟ ଛୋଟ ପିଲା ମାନେ ମଧ୍ୟ ଏଠାରେ ଥିବା ଶିଶୁ ଉଦ୍ୟାନରେ ବୁଲି ମଜା ଉଠାନ୍ତି । ଖାସ୍ କରି ଯୁବ ପୀଢିଙ୍କ ପାଇଁ ଏହା ମନପସନ୍ଦର ଜାଗା । ଏଠାରେ ଥିବା ହିଲ୍ ପଏଂଟରେ ସେଲ୍ଫି ନେବାକୁ କେହି ଭୁଲନ୍ତି ନାହିଁ । ହେଲେ ଏଠାକୁ ଆସିବାକୁ ଭଲ ରାସ୍ତା ନଥିବା ବେଳେ ଅନେକ ସମସ୍ୟା ରହିଛି ଯାହା ଏଯାଏ ସମାଧାନ ହୋଇନି । ପଯ୍ୟଟନ ବିଭାଗ ଏହି ଶାନ୍ତି ଝର ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେଲେ ଏହା ଏକ ସୁନ୍ଦର ପଯ୍ୟଟନ କ୍ଷେତ୍ର ହୋଇପାରନ୍ତା ।

ବଣ ପାହାଡ ଘେରା ଏହି ମନୋରମ ପରିବେଶ ଭିିତରେ କିଛି ସମୟ ବିତାଇବା ସହ ସବୁଜିମାର ଚିତ୍ର ନିଜ କ୍ୟାମେରା ଲେନ୍ସରେ ନେବାକୁ ଭୁଲନ୍ତି ନାହିଁ ପର୍ଯ୍ୟଟକ ମାନେ ।