ରାଜ୍ୟ ପାଇଁ ଭଲ ଖବର । ସୁସ୍ଥ ହେଲେ ଆଉ ୨ ହଜାର ୭୯୬ ଆକ୍ରାନ୍ତ । ଏହାସହ ୨ ଲକ୍ଷ ୩୨ ହଜାର ୯୮୮ରେ ପହଞ୍ଚିଛି ସୁସ୍ଥ ସଂଖ୍ୟା ।

କନକ ବ୍ୟୁରୋ : ରାଜ୍ୟ ପାଇଁ ପୁଣି ଭଲ ଖବର । ରାଜ୍ୟରେ ଆଜି ଆଉ ୨ ହଜାର ୭୯୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏମାନଙ୍କୁ ମିଶାଇ ରାଜ୍ୟରେ ସୁସ୍ଥ ସଂଖ୍ୟା ୨ ଲକ୍ଷ ୩୨ ହଜାର ୯୮୮ରେ ପହଞ୍ଚିଛି । ଏନେଇ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।

ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ୱାରା ଜାରି ତଥ୍ୟ ଅନୁସାରେ ସୁସ୍ଥ ହୋଇଥିବା ୨ହଜାର ୭୯୬ ଜଣଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୮୨ ଜଣ, କଟକରୁ ୧୭୯ ଜଣ, ଯାଜପୁର ଜିଲ୍ଲାରୁ ୧୪୮ ଜଣ, ଅନୁଗୁଳ ଜିଲ୍ଲାରୁ ୧୩୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ସେହିପରି ବାଲେଶ୍ୱରରୁ ୭୫, ସମ୍ବଲପୁରରୁ ୧୦୬ ଜଣ, କେନ୍ଦ୍ରାପଡ଼ାରୁ ୧୦୨, ପୁରୀରୁ ୧୨୭, ସୁନ୍ଦରଗଡ଼ରୁ ୭୭, ବଲାଙ୍ଗୀରରୁ ୧୦୭, ମୟୁରଭଞ୍ଜରୁ ୯୬, ବରଗଡ଼ରୁ ୯୭, ନୂଆପଡ଼ାରୁ ୯୭, ନବରଙ୍ଗପୁରରୁ ୧୨୦, କେନ୍ଦୁଝରରୁ ୪୧, ଜଗତସିଂହପୁରରୁ ୫୨, ଢେଙ୍କାନାଳରୁ ୩୩ ଜଣ ସୁସ୍ଥ ହୋଇଛନ୍ତି । ଅନ୍ୟପକ୍ଷରେ ଭଦ୍ରକରୁ ୪୨, ନୟାଗଡ଼ରୁ ୩୭, ଝାରସୁଗୁଡ଼ାରୁ ୩୧, ମାଲକାନଗିରିରୁ ୪୧, କନ୍ଧମାଳରୁ ୫୦, ସୋନପୁରରୁ ୭୧, କଳାହାଣ୍ଡିରୁ ୭୬, ଗଞ୍ଜାମରୁ ୩୪, ବୌଦ୍ଧରୁ ୫,କୋରାପୁଟରୁ ୪୭, ଦେବଗଡ଼ରୁ ୧୭, ରାୟଗଡ଼ାରୁ ୪, ଗଜପତିରୁ ୧୭ ଓ ରାଜ୍ୟ ପୁଲରୁ ୧୫୦ ସୁସ୍ଥ ହୋଇଛନ୍ତି ।