ଝାରସୁଗୁଡାରେ ସରକାରୀ କଲେଜ ସ୍ଥାପନା ପ୍ରସଙ୍ଗକୁ ନେଇ ଜୋର ଧରିଲା ରାଜନୀତି । ଭୋଟ୍ ହାତେଇବାକୁ ଆଶାୟୀ ପ୍ରାର୍ଥୀଙ୍କ ଆରୋପ ପ୍ରତ୍ୟାରୋପ ଜାରି

121

କନକ ବ୍ୟୁରୋ : ସରକାରୀ କଲେଜ ସ୍ଥାପନା ପ୍ରସଙ୍ଗକୁ ନେଇ ଜୋର ଧରିଲା ରାଜନୀତି । ଝାରସୁଗୁଡା ନର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା ପରେ ଜମୁଛି ପ୍ରଚାର । ଗୋଟିଏ ପଟେ ବିଜେପି ମହିଳା ସମ୍ମିଳନୀ ଓ ମିଶ୍ରଣ ପବ ର୍କରି ନିଜର ଶକ୍ତି ବୃଦ୍ଧି କରିବାକୁ ଲାଗିପଡିଥିବାବେଳେ ଅନ୍ୟପଟେ ବିଜେଡି ମଧ୍ୟ ମିଶ୍ରଣ ପର୍ବ କରି ନିଜର ଶକ୍ତି ବୃଦ୍ଧି କରିବାରେ ଲାଗିଛି । ଏବେ ଝାରସୁଗୁଡା ଜିଲ୍ଲାରେ ସରକାରୀ କଲେଜ ପ୍ରତିଷ୍ଠା ନେଇ ଦଳ ଆମନା ସାମନା ହୋଇଛି । କଲେଜ ଏବେ ନିର୍ବାଚନୀ ମୁଦ୍ଦା ପାଲଟିଛି । ଯାହାକୁ ନେଇ ଉଭୟ ରାଜନୈତିକ ଦଳ ମଧ୍ୟରେ ତେଜୁଛି ରାଜନୀତି । ବିଜେଡି ପ୍ରାର୍ଥୀ ଦୀପାଳି ଦାସ ବିଜେପିକୁ ଟାର୍ଗେଟ କରିଥିବା ବେଳେ ବିଜେପି ମଧ୍ୟ ବାଦ୍ ପଡିନି । ଆୟୋଜିତ ମିଶ୍ରଣ ପର୍ବରେ ବିଜେଡି ପ୍ରାଥି ଦୀପାଳୀ ଦାସ ବିଜେପିକୁ ଟାର୍ଗେଟ କରିଥିବା ବେଳେ ସେପଟେ ଏହାର ଜବାବ ରଖିଥିଲେ ବିଜେପି ପ୍ରାଥି ଟଙ୍କଧର ତ୍ରୀପାଠୀ । ସରକାରୀ କଲେଜ ପ୍ରତିଷ୍ଠାକରିବା ରାଜ୍ୟସରକାର ଦାଇତ୍ୱ ବୋଲି କହିବାସହ ଯଦି ପାଠ ପଢିନାହାନ୍ତି ଟିକିଏ ପାଠ ପଢିବାକୁ ପରାମର୍ଶ ଦେଇଥିଲେ ଟଙ୍କଧର ।

ଶିକ୍ଷା ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ଥିଲେ ବି ସରକାର ଏଥିପ୍ରତି ଧ୍ୟାନ ଦେଇନାହାନ୍ତି । ଫଳରେ ଜିଲ୍ଲା ଗଠନର ୩୦ ବର୍ଷ ପରେ ବି ଝାରସୁଗୁଡ଼ାକୁ ଗୋଟିଏ ହେଲେ ସରକାରୀ କଲେଜ ମିଳିପାରିନି । କୌଣସି ଡିଗ୍ରୀ କଲେଜକୁ ମଧ୍ୟ ସରକାରୀ ମାନ୍ୟତା ମିଳିପାରିନାହିଁ । ତେବେ ଝାରସୁଗୁଡା ଜିଲ୍ଲାରେ ସରକାରୀ କଲେଜ ପ୍ରତିଷ୍ଠା ଦାବି ସହିତ ସ୍ୱାସ୍ଥ୍ୟ ମୁଖ୍ୟ ପ୍ରସଙ୍ଗ ହୋଇଥିବାବେଳେ ନିର୍ବାଚନ ଆସିଲେ ନେତା ପ୍ରତିସୃତି ଦିଅନ୍ତି ନିର୍ବାଚନ ସରିଲା ପରେନେତାଏହି ପ୍ରସଙ୍ଗ ଭୁଲି ଯାଆନ୍ତି ବୋଲି ସିଧାସଳଖ ଅଭିଯୋଗ କରିଛନ୍ତି ଭୋଟର୍ ।

ତେବେ ଉଭୟ ରାଜନେତା ମଧ୍ୟରେ ଏହିଭଳି ପ୍ରଶ୍ନଉତର କାର୍ଯ୍ୟକ୍ରମ ମାଧ୍ୟମରେ ଟକ୍କର ନେଇ ନିର୍ବାଚନମଣ୍ଡଳୀରେ ଚର୍ଚ୍ଚାର ବିଷୟ ପାଲଟିଛି ।