ଆଜି ରାଇପୁରରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଚତୁର୍ଥ ଟି-୨୦ । ମ୍ୟାଚ୍ ଜିତି ସିରିଜ ବିଜୟ ଲକ୍ଷ୍ୟରେ ଟିମ ଇଣ୍ଡିଆ ।

221

କନକ ବ୍ୟୁରୋ: ଆଜି ରାଇପୁରରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ ଚତୁର୍ଥ ଟି-୨୦ । ମ୍ୟାଚ ଜିତି ସିରିଜ ବିଜୟ ଲକ୍ଷରେ ଟିମ୍ ଇଣ୍ଡିଆ । ଆଉ ଭାରତକୁ ହରାଇ ସରିଜ ବରାବର ଲକ୍ଷ୍ୟରେ କଙ୍ଗାରୁ ଦଳ । ପୂର୍ବରୁ ଖେଳାଯାଇଥିବା ତିନିଟି ମ୍ୟାଚରେ ହାଇ ସ୍କୋର ଦେଖିବାକୁ ମିଳିଥିଲା । ଆଜି ମଧ୍ୟ ହାଇ ସ୍କୋରି ହେବ ବୋଲି ଆଶା ରଖିଛନ୍ତି କ୍ରିକେଟପ୍ରେମୀ । ବଡ଼ ସ୍କୋର ହେଲେ ବି କଡା ଟକ୍କର ହେବ ବୋଲି ଆଶା କରାଯାଉଛି ।

୫ ମ୍ୟାଚ୍ ବିଶିଷ୍ଟ ସିରଜରୁ ଭାରତ ପ୍ରଥମ ଦୁଇଟିରେ ବିଜୟୀ ହୋଇଥିବା ବେଳେ ଅଷ୍ଟ୍ରେଲିଆ ଗୋଟିଏ ମ୍ୟାଚରେ ବିଜୟୀ ହୋଇଛି । ଗତ ମ୍ୟାଚରେ ଭାରତ ୨୨୨ ରନର ବିଶାଳ ସ୍କୋର କରି ମଧ୍ୟ ହାରିଥିଲା । ଖରାପ ବୋଲିଂ ପଦର୍ଶନ ଯୋଗୁ ଏଭଳି ସ୍ଥିତି ଦେଖିବାକୁ ମିଳିଥିଲା । ତେଣୁ ଆଜିର ମ୍ୟାଚରେ ଅଧିକ ରନ ବ୍ୟୟ କରିଥିବା ପ୍ରସିଦ୍ଧ କୃଷ୍ଣ ଟିମରୁ ବାଦ ପଡିପାରନ୍ତି । ତାଙ୍କ ସ୍ଥାନରେ ମୁକେଶ କୁମାରଙ୍କୁ ସାମିଲ କରାଯାଇପାରେ । ବିବାହ ଯୋଗୁ ତୃତୀୟ ମ୍ୟାଚ ଖେଳିନଥିବା ମୁକେଶଙ୍କୁ ଟିମରେ ସାମିଲ କରାଯାଇପାରେ । ଯଦି ପ୍ରସିଦ୍ଧ କୃଷ୍ଣ ଖେଳନ୍ତି ତେବେ ଆଭେସ ଖାନଙ୍କୁ ଟିମରେ ସୁଯୋଗ ମିଳିନପାରେ । ସବୁଠୁ ବଡ଼ କଥା ହେଉଛି ଏବେ କାକର ପଡୁଥିବାରୁ ଟସ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇବ । ଯେଉଁ ଦଳ ଟସ୍ ଜିତିବ ସେ ବୋଲି ନିଷ୍ପତି ନେଇପାରେ ବୋଲି କୁହାଯାଉଛି ।