ଫିଲ୍ମ ଫ୍ରାଇଡେରେ କଡା ଟକ୍କର । ଭିକି କୌଶଲଙ୍କ ସାମ ବାହାଦୂର ଓ ରଣବୀର କପୁରଙ୍କ ଆନିମଲ ମଧ୍ୟରେ ହେବ ଲଢେଇ । ଆଜି ରିଲିଜ ହୋଇଛି ଉଭୟ ଫିଲ୍ମ ।

87

କନକ ବ୍ୟୁରୋ: ଫିଲ୍ମ ଫ୍ରାଇଡେରେ ଦେଖିବାକୁ ମିଳିବ କଡା ଟକ୍କର । ଭିକି କୌଶଲଙ୍କ ସାମ ବାହାଦୂର ଓ ରଣବୀର କପୁରଙ୍କ ଆନିମଲ ମଧ୍ୟରେ ହେବ ଲଢେଇ । କାରଗିଲ ଯୁଦ୍ଧର ହିରୋଙ୍କୁ ନେଇ ପ୍ରସ୍ତୁତ ହୋଇଛି ସାମ୍ ବାହାଦୂର ।

୧୯୭୧ ଭାରତ ପାକିସ୍ଥାନ-ଯୁଦ୍ଧର ହିରୋ ତଥା ତକ୍ରାଳୀନ ସ୍ଥଳସେନା ମୁଖ୍ୟ ଫିଲ୍ଡ ମାର୍ଶଲ ସାମ୍ ମାନେସ୍କାଙ୍କ ଜୀବନକୁ ନେଇ ପ୍ରସ୍ତୁତ ହୋଇଛି ଫିଲ୍ମ ‘ସାମ ବାହାଦୂର’ । ସାମ୍ ମାନେସ୍କାଙ୍କ ଚରିତ୍ରରେ ଭିକି କୌଶଲଙ୍କ ଦମଦାର ଡାଏଲଗ ସାଙ୍ଗକୁ ବଡି ଲାଙ୍ଗୁଏଜକୁ ଦର୍ଶକ ବେଶ ପସନ୍ଦ କରିଛନ୍ତି । ନିଜ ଫିଲ୍ମ କ୍ୟାରିଅରରେ ଭିକି ବହୁ ଚ୍ୟାଲେଞ୍ଜିଂ ଚରିତ୍ରରେ ଅଭିନୟ କରଥିବା ବେଳେ ‘ସାମ ବାହାଦୂର’ରେ ମଧ୍ୟ ନିଜର ଜଲୱା ଦେଖାଇଛନ୍ତି । ଫିଲ୍ମରେ ୧୯୭୧ ଭାରତ ପାକିସ୍ଥାନ-ଯୁଦ୍ଧର କାହାଣୀକୁ ସ୍ଥାନିତ କରାଯାଇଛି । ଯୁଦ୍ଧରେ ସାମ୍ ମାନେସ୍କାଙ୍କ ନେତୃତରେ ଭାରତ ପାକିସ୍ଥାନକୁ ଧୂଳି ଚଟାଇଥିଲା । ନିଜ ଜୀବନକୁ ବିପଦରେ ପକାଇ ସାମ୍ ମାନେସ୍କା ଦେଶକୁ ଶତ୍ରୁ କବଳରୁ ରକ୍ଷା କରିଥିଲେ । ଯୁଦ୍ଧ ଭୂମିରେ ୯ଥର ମୃତ୍ୟୁକୁ ମାତ ଦେଇଥିବା ଏହି ଭାରତୀୟ ବୀର ଯବାନଙ୍କ ବୀରତ୍ୱକୁୁ ଫିଲ୍ମରେ ଚିତ୍ରଣ କରାଯାଇଛି । ଭିକିଙ୍କ ବ୍ୟତୀତ ଅଭିନେତ୍ରୀ ଶେଖ ଫତିମା ମଧ୍ୟ ଏହି ଫିଲ୍ମରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଧିରା ଗାନ୍ଧୀଙ୍କ ଭୂମିକାରେ ନଜର ଆସିଛନ୍ତି ।

ସେହିପରି ମୁକ୍ତିଲାଭ କରିଛି ରଣବୀର କପୁରଙ୍କ ଫିଲ୍ମ ଆନିମଲ । ଆନିମଲ ହେଉଛି ଏକ ଗ୍ୟାଙ୍ଗଷ୍ଟାର ଡ୍ରାମାଭିତିକ ସିନେମା । ଯାହାର କାହାଣୀ ବାପା-ପୁଅଙ୍କ ସମ୍ପର୍କକୁ ନେଇ ଗତିଶୀଳ ହୋଇଛି । ଫିଲ୍ମରେ ବାପା ଭୁମିକାରେ ଅନୀଲ କପୁରଙ୍କ ଅଭିନୟ ରହିଛି । ସେହିପରି ପୁଅ ଭୂମିକାରେ ଅଭିନେତା ରଣବୀର କପୁରଙ୍କୁ ଦେଖିବାକୁ ମିଳିଛି । ହିନ୍ଦୀ ଭାଷା ସମତେ ତାମିଲ, ତେଲଗୁ, କନ୍ନଡ, ମାଲାୟଲମ୍ ମୋଟ୍ ୫ଟି ଭାଷାରେ ମୁକ୍ତିଲାଭ କରିବ ଫିଲ୍ମ ଆନିମଲ୍ । ଏହି ସିନେମା ଜରିଆରେ ପ୍ରଥମ ଥର ପାଇଁ ଏକାଠି ନଜର ଆସିଛନ୍ତି ରଣବୀରଙ୍କ ସହ ସାଉଥ ଅଭିନେତ୍ରୀ ରଶ୍ମିକା ମନ୍ଦାନା । ସନ୍ଦୀପ ରେଡ୍ଡୀ ଭାଙ୍ଗା ଫିଲ୍ମର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ।