ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କଲା କଂଗ୍ରେସ । ୮ ଲୋକସଭା ଓ ୪୯ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା ।

235

କନକ ବ୍ୟୁରୋ: କଂଗ୍ରେସ ଆଜି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ୮ ଲୋକସଭା ଓ ୪୭ ବିଧାନସଭା ଆସନ ପାଇଁ ଯୋଦ୍ଧାଙ୍କ ନାମ ଘୋଷଣା କରିଥିବା ଦଳ ୨ଟି ସ୍ଥାନରେ ଜେଏମଏମ୍ ଓ ସିପିଏମ୍ ପ୍ରାର୍ଥୀଙ୍କ ପାଇଁ ବାଟ ଛାଡିଛି । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ନୂଆପଡ଼ାରୁ ବିଧାନସଭା ଲଢ଼ିବେ ପିସିସି ସଭାପତି । ସେହିପରି ପାରଳାଖେମୁଣ୍ଡିରୁ ବିଜୟ ପଟ୍ଟନାୟକ, ଜୟପୁରରୁ ତାରା ବାହିନୀପତିଙ୍କୁ ଟିକେଟ୍ ମିଳିଛି । ବଲାଙ୍ଗୀର ଲୋକସଭା ପାଇଁ ଅଭିନେତାରୁ ନେତା ବନିଥିବା ମନୋଜ ମିଶ୍ରଙ୍କୁ ପ୍ରାର୍ଥୀ କରିଛି ଦଳ ।

  • କଂଗ୍ରେସ ଜାରି କଲା ପ୍ରଥମ ପ୍ରାର୍ଥୀ ତାଲିକା 
  • ନୂଆପଡାରୁ ଶରତ, ପାରଳାଖେମୁଣ୍ଡିରୁ ଲଢିବେ ବିଜୟ

ବିଜେଡି, ବିଜେପି ପରେ କଂଗ୍ରେସ ଜାରି କରିଛି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା । ୪୯ ବିଧାନସଭା ଓ ୮ ଲୋକସଭା ଆସନ ପାଇଁ ଆସିଛି କଂଗ୍ରେସ ପ୍ରାର୍ଥୀଙ୍କ ନାଁ ।

୪୯ ଆସନ ମଧ୍ୟରୁ ୧୨ ଆସନରେ ପ୍ରାର୍ଥୀ ରିପିଟ୍ ହୋଇଛି

ବୀରମିତ୍ରପୁର ଜେଏମଏମକୁ ଓ ବଣାଇ ସିପିଏମକୁ ଛାଡିଛି ଦଳ

ପ୍ରଥମ ପର୍ଯ୍ୟାୟ ତାଲିକାରେ ଅନେକ କଂଗ୍ରେସ ହେଭିୱେଟଙ୍କ ନାଁ ରହିଛି

କଂଗ୍ରେସ ଜାରି କରିଥିବା ତାଲିକାରେ ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ଅଛନ୍ତି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ୮ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା ହୋଇଛି । ଏମାନଙ୍କ ମଧ୍ୟରୁ ଅଧିକାଂଶ ନୂଆ ମୁହଁ ହୋଇଥିବାବେଳେ, ନିକଟରେ କଂଗ୍ରେସରେ ମିଶିଥିବା ଅଭିନେତା ମନୋଜ ମିଶ୍ରଙ୍କୁ ବଲାଙ୍ଗୀର ଲୋକସଭା ଆସନରୁ ଟିକେଟ ଦେଇଛି କଂଗ୍ରେସ । ଏଠାରେ ସଙ୍ଗୀତା ସିଂଦେଓ ବିଜେପି ପ୍ରାର୍ଥୀ ହୋଇଛନ୍ତି । ବିଜେଡି ଏ ଯାଏଁ ପ୍ରାର୍ଥୀ ଘୋଷଣା କରିନାହିଁ । ସପ୍ତଗିରି ଉଲ୍ଲାକା ପୁଣି କୋରାପୁଟରୁ ନିର୍ବାଚନ ଲଢିବେ । ୨୦୧୯ରେ ସେ ଏଠାରୁ ବିଜୟୀ ହୋଇଥିଲେ । ତେବେ ବାକି ୧୩ ଲୋକସଭା ଆସନ ଓ ୯୮ ବିଧାନସଭା ଆସନ ପାଇଁ କଂଗ୍ରେସ ଖୁବଶୀଘ୍ର ପ୍ରାର୍ଥୀ ଘୋଷଣା କରିବ ବୋଲି କଂଗ୍ରେସ ସୁତ୍ରରୁ ଜଣାପଡିଛି ।