ଆସିଲା ବିଜେପିର ବିଧାନସଭା ଟିକେଟ୍ । ୧୧୨ ପ୍ରାର୍ଥୀଙ୍କ ନାଁ ଘୋଷଣା । ୪୯ ନୂଆ ଚେହେରାଙ୍କୁ ସୁଯୋଗ, ୬୨ ପ୍ରାର୍ଥୀଙ୍କୁ ରିପିଟ୍ କଲା ଦଳ

242

କନକ ବ୍ୟୁରୋ: ବିଜେପି ଓ କଂଗ୍ରେସ ଟିକେଟରେ ବିଧାନସଭାରୁ ନିର୍ବାଚନ ଲଢ଼ିବା ପାଇଁ ଅପେକ୍ଷା କରିଥିବା ଆଶାୟୀଙ୍କ ମଧ୍ୟରୁ ଆଜି କିଛି ନେତାଙ୍କ ଅପେକ୍ଷାର ଶେଷ ହୋଇଛି । ବିଜେପି ଗୋଟିଏ ପର୍ଯ୍ୟାୟରେ ୧୧୨ ବିଧାନସଭା ଆସନ ପାଇଁ ଘୋଷଣା କରି ସମସ୍ତଙ୍କୁ ଚମକାଇ ଦେଇଛି । ସେହିପରି କଂଗ୍ରେସ ୮ଟି ଲୋକସଭା ଆସନ ସହ ଇଣ୍ଡିଆ ମେଣ୍ଟର ୪୯ ପ୍ରାର୍ଥଙ୍କ ନାଁ ଘୋଷଣା କରିଛି ।

  • ଆସିଲା ବିଜେପି ଓ କଂଗ୍ରେସର ବିଧାନସଭା ପ୍ରାର୍ଥୀ ତାଲିକା
  • ବିଜେପିର ୧୧୨ ଓ ଇଣ୍ଡିଆ ମେଣ୍ଟର ୪୯ ବିଧାୟକ ପ୍ରାର୍ଥୀଙ୍କ ନାଁ ଘୋଷଣା

ବିଜେଡି ୭୨ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିବା ପରେ ସମସ୍ତଙ୍କ ଅପେକ୍ଷା ଥିଲା କେବେ ପ୍ରାର୍ଥୀ ତାଲିକା ଘୋଷଣା କରିବେ ବିଜେପି ଓ କଂଗ୍ରେସ । ଏବେ ସେହି ପ୍ରତୀକ୍ଷାର ଅନ୍ତ ଘଟିଛି । ଏକାଥରକେ ୧୧୨ ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ଭାରତୀୟ ଜନତା ପାର୍ଟି । ତେବେ ବିଜେପିର ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା ବିଳମ୍ବକୁ ନେଇ ପ୍ରଶ୍ନ ଉଠାଇଥିଲା ବିଜେଡି । କଟାକ୍ଷ କରି କହିଥିଲା ୧୪୭ ବିଧାନସଭା ଆସନ ପାଇଁ ବିଜେପି ପାଖରେ ପ୍ରାର୍ଥୀ ନାହାନ୍ତି । କିନ୍ତୁ ଏକାଥରକେ ୧୧୨ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଦେଇ ବଡ ସଙ୍କେତ ଦେଇଛି ଭାରତୀୟ ଜନତା ପାର୍ଟି । ତେବେ କିଛି ନେତାଙ୍କ ଟିକେଟ କଟିଥିବାବେଳେ ଆଉ କିଛି ନୂଆ ଚେହେରାଙ୍କୁ ଭରସା କରିଛି ଦଳ ।ବଡ କଥା ହେଉଛି, ଭୁବନେଶ୍ୱରର କୌଣସି ବିଧାନସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା କରିନଥିଲାବେଳେ ବିଜେପି ପ୍ରାର୍ଥୀ ଘୋଷଣା କରିଛି । ଭୁବନେଶ୍ୱର-ମଧ୍ୟ ଆସନରୁ ଜଗନ୍ନାଥ ପ୍ରଧାନ, ଭୁବନେଶ୍ୱର ଉତ୍ତରରୁ ପ୍ରିୟଦର୍ଶୀ ମିଶ୍ର, ଏକାମ୍ରରୁ ବାବୁ ସିଂ, ଜୟଦେବରୁ ଅରବିନ୍ଦ ଢ଼ାଲିଙ୍କୁ ପ୍ରାର୍ଥୀ ଘୋଷଣା କରିଛି ବିଜେପି । ସେହିପରି ଚର୍ଚ୍ଚିତ ଆସନ ପାଟକୁରାରୁ ତେଜେଶ୍ୱର ପରିଡାଙ୍କ ଉପରେ ଭରସା କରିଛି ଦଳ । ସେହିପରି ସମସ୍ତଙ୍କୁ ଚମକାଇ ଦେଇ, ମାହାଙ୍ଗା ବିଧାନସଭା କ୍ଷେତ୍ରରୁ ସୁମନ୍ତ ଘଡେଇଙ୍କୁ ଟିକେଟ ଦେଇଛି ଭାରତୀୟ ଜନତା ପାର୍ଟି ।