ଗୋ-ଚାଲାଣ ଗାଡିକୁ ପୋଡିଦେଲେ ଗ୍ରାମବାସୀ । ସମସ୍ତ ଗାଈଙ୍କୁ କଲେ ଉଦ୍ଧାର ।

207

କନକ ବ୍ୟୁରୋ: ଗୋ-ଚାଲାଣ ବେଳେ ଗୋରୁ ବୋଝେଇ ଗାଡିକୁ ପୋଡିଦେଲେ ଗ୍ରାମବାସୀ । ସୁନ୍ଦରଗଡ ଜିଲ୍ଲା ହେମଗିରି ଥାନା ଜୁଲୁମବାହାଲ ପଂଚାୟତର ବେହେରାମୁଣ୍ଡା ଠାରେ ଗାଡିରେ ନିଆଁ ଲଗାଇ ଦେଇଛନ୍ତି ଦୁର୍ବୃତ୍ତ । ଏକ ପିକଅପ୍ ଭ୍ୟାନରେ ଝାରସୁଗୁଡା ଜିଲ୍ଲା କନକତୁରା ଦେଇ ଗୋ- ଚାଲାଣ ହେଉଥିବା ଖବର ପାଇବା ମାତ୍ରେ ଗାଡିର ପିଛା କରିଥିଲେ ଗ୍ରାମବାସୀ । ବେହେରାମୁଣ୍ଡା ଠାରେ ଗାଡିରେ ବନ୍ଧା ଥିବା ଗାଈ ଗୁଡିକୁ ଜଙ୍ଗଲରେ ଛାଡିଦେଇଥିଲେ, ଏହାପରେ ଗାଡିରେ ନିଆଁ ଲଗାଇ ଦେଇଛନ୍ତି ।