ଗ୍ୟାସ୍ ଲିକରୁ ଅଗ୍ନିକାଣ୍ଡ । ରୋଷେଇ କଲାବେଳେ ହଠାତ୍ ଲାଗିଗଲା ନିଆଁ ।

97

କନକ ବ୍ୟୁରୋ: କଟକରେ ଗ୍ୟାସ୍ ଲିକରୁ ଅଗ୍ନିକାଣ୍ଡ । ପିଠାପୁର ସ୍ଥିତ ତାରଚାନ୍ଦପାଟଣାରେ ଭୋରରୁ ଗ୍ୟାସ୍ ଲିକ୍ ହୋଇ ଅଗ୍ନିକାଣ୍ଡ ହୋଇଛି । ରୋଷେଇ ଚାଲିଥିବା ବେଳେ ଗ୍ୟାସ୍ ଲିକ୍ ହୋଇ ହଠାତ୍ ନିଆଁ ଲାଗି ଯାଇଥିଲା । ଏଥିରେ ୩ ଜଣ ଆହତ ହୋଇଛନ୍ତି । ତାଙ୍କୁ ଚିକିତ୍ସା ପାଇଁ ଏସ୍ସିବିରେ ଭର୍ତି କରାଯାଇଛି । ନିଆଁ ଲାଗିବା ଖବର ଜଣାପଡ଼ିବା ପରେ ଅଗ୍ନିଶମ ବାହିନୀ ପହଂଚି ନିଆଁକୁ ଆୟତ କରିଥିଲେ ।