ପୁଣି ଶ୍ରୀସନ୍ଥ-ଗମ୍ଭୀରଙ୍କ ମଧ୍ୟରେ ବାକଯୁଦ୍ଧ । ଲିଜେଣ୍ଡସ୍ ଲିଗ୍ କ୍ରିକେଟ୍ ମ୍ୟାଚବେଳେ ମୁହାଁମୁହିଁ ହେଲେ ଦୁଇ ଖେଳାଳୀ ।

323

କନକ ବ୍ୟୁରୋ: ପୁଣି ତେଜିଲା ଶ୍ରୀସନ୍ଥ-ଗମ୍ଭୀର ବିବାଦ । ଅବସରପ୍ରାପ୍ତ ଖେଳାଳିଙ୍କୁ ନେଇ ଚାଲିଥିବା ଲିଜେଣ୍ଡସ୍ ଲିଗ୍ କ୍ରିକେଟର ଏକ ମ୍ୟାଚରେ ଦୁଇ ଜଣଙ୍କ ବିବାଦ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ବୁଧବାର ଖେଳାଯାଇଥିବା ଏଲିମିନେଟର ମୁକାବିଲାରେ ଏପରି ବିବାଦ ଦେଖିବାକୁ ମିଳିଥିଲା ।

ଗମ୍ଭୀର ଇଣ୍ଡିଆ କ୍ୟାପିଟାଲ୍ସ ପକ୍ଷରୁ ବ୍ୟାଟିଂ କରୁଥିବା ବେଳେ ଶ୍ରୀସନ୍ଥ ଗୁଜରାଟ ଜାଏଂଟସ ପକ୍ଷରୁ ବୋଲିଂ କରୁଥିଲେ । ଓଭର ଶେଷ ହେବା ପରେ ପିଚ୍ ଉପରେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ପଡ଼ିଆ ଅମ୍ପାୟାର ଉଭୟଙ୍କୁ ଅଟକାଇଥିଲେ । ଏହାର ଭିଡିଓ ଭାଇରାଲ ହେବା ପରେ ଶ୍ରୀସନ୍ଥ ସୋସିଆଲ ମିଡିଆରେ ଏକ ଭିଡିଓ ଅପ୍ଲୋଡ୍ କରି ଗମ୍ଭୀରଙ୍କୁ ସମାଲୋଚନା କରିଛନ୍ତି । ଗମ୍ଭୀର ତାଙ୍କୁ ‘ମ୍ୟାଚ୍ ଫିକ୍ସର’ କହି ଚିଡାଇଥିବା ସେ ଅଭିଯୋଗ ଦେଇଛନ୍ତି । ଶ୍ରୀସନ୍ଥଙ୍କ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଛନ୍ତି ଗମ୍ଭୀର । ସାମାଜିକ ଗଣମାଧ୍ୟରେ ଗମ୍ଭୀର ଲେଖିଛନ୍ତି, ଧ୍ୟାନ ଆକର୍ଷଣ କରିବା ପାଇଁ ଏପରି ଅଭିଯୋଗ କରିଛନ୍ତି ଶ୍ରୀସନ୍ଥ ।