ଆରମ୍ଭ ହେଲାଣି ପ୍ରାର୍ଥୀଙ୍କ ଜୋରଦାର ପ୍ରଚାର । ବ୍ରହ୍ମଗିରିରେ ଉମାକାନ୍ତ ସାମନ୍ତରାୟଙ୍କ ବାଇକ୍ ରାଲି ।

264

କନକ ବ୍ୟୁରୋ: ଟିକେଟ ଘୋଷଣା ପରେ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳି ଯାଇ ପ୍ରଚାର ଆରମ୍ଭ କରିଛନ୍ତି ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ । କୃଷ୍ଣପ୍ରସାଦ ବ୍ଲକରୁ ପ୍ରଥମ କରି ନିର୍ବାଚନୀ ପ୍ରଚାର ଆରମ୍ଭ କରିଛନ୍ତି ବିଧାୟକ । ନିଜ ସମର୍ଥକମାନଙ୍କୁ ନେଇ ପାଇକେରା ପୁର ଛକ ଠାରୁ ଚିଲିକା ନୂଆପଡା ପର୍ଯ୍ୟନ୍ତ ବିଶାଳ ବାଇକ ରାଲି କରି ଶକ୍ତି ପଦର୍ଶନ କରିଛନ୍ତି ଉମାକାନ୍ତ ।

ହଜାର ହଜାର କର୍ମୀଙ୍କୁ ନେଇ ନିଜ ସପକ୍ଷରେ ଭୋଟ ମାଗିଛନ୍ତି ଉମାକାନ୍ତ ସାମନ୍ତରାୟ । ଗତଥର ବ୍ରହ୍ମଗିରିରୁ ପ୍ରାର୍ଥୀ ହୋଇଥିବା ସଞ୍ଜୟ ଦାସବର୍ମାଙ୍କୁ ଏଥର ସତ୍ୟବାଦୀରୁ ଏବଂ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କୁ ବ୍ରହ୍ମଗିରିରୁ ପ୍ରାର୍ଥୀ କରିଛି ବିଜେଡି ।