ବିଜେଡି ଟିକେଟକୁ ନେଇ ପ୍ରାର୍ଥୀ ଅସନ୍ତୋଷ । ଦଳ ବିରୋଧରେ ଦେଲେ ପରାଜୟର ନାରା ।

2,548

କନକ ବ୍ୟୁରୋ: ଟିକେଟ ମିଳିନଥିବା ବେଳେ ଗଜପତି ମୋହନାରେ ପ୍ରାର୍ଥୀଙ୍କୁ ନେଇ ଅସନ୍ତୋଷ ଦେଖିବାକୁ ମିଳିଛି । ନିର୍ବାଚନ ମଣ୍ଡଳୀର ବିଜେଡିର ଅନେକ ଆଶାୟୀ ପ୍ରାର୍ଥୀ ଅଛନ୍ତି । ହେଲେ ୨୦୧୯ରେ ପ୍ରାର୍ଥୀ ହୋଇଥିବା ପୂର୍ଣ୍ଣବାସୀ ନାୟକ ଅବା ତାଙ୍କ ସ୍ୱାମୀ ଅନ୍ତର୍ଯ୍ୟାମୀ ଗମାଙ୍ଗକୁ ଟିକେଟ ନଦେବାକୁ ଦାବି କରିଛନ୍ତି ଦଳର କିଛି ବରିଷ୍ଠ ନେତା ।

ଏହି ନିର୍ବାଚନ ମଣ୍ଡଳୀ ଆଦିବାସୀଙ୍କ ପାଇଁ ସରକ୍ଷଣ ଥିବାରୁ କୁଇ କନ୍ଧ, ସୌରା, ମାଲା ଖ୍ରୀଷ୍ଟିଆନ ସମ୍ପଦାୟର ଲୋକଙ୍କୁ ଟିକେଟ ଦେବା ପାଇଁ ନିବେଦନ କରିଛନ୍ତି ଦଳୀୟ ନେତା । ଯଦି ଅନ୍ତର୍ଯ୍ୟାମୀ ଅବା ତାଙ୍କ ପରିବାରର କାହାକୁ ଟିକେଟ ଦିଆଯାଏ ତେବେ ବିଜେଡି ହାରିବ ବୋଲି କହିଛନ୍ତି ନେତା । ଏପରିକି ତାଙ୍କୁ ଟିକେଟ ଦେଲେ ଦଳ ଛାଡିବାକୁ ଚେତାବନୀ ଦେଇଛନ୍ତି ଆଶାୟୀ ପ୍ରାର୍ଥୀ ମୋଷା ମାଝି ।