ନବଜାତ ଶିଶୁକୁ ବାପା-ମା ଛାଡି ଚାଲିଗଲେ । ଅସୁସ୍ଥ ଅବସ୍ଥାରେ ମା’କୁ ଖୋଜୁଛି ଶିଶୁ ।

180

କନକ ବ୍ୟୁରୋ: ନବଜାତ ଶିଶୁକୁ ବାପା,ମା’ ଛାଡି ଚାଲିଗଲେ । ଏବେ କ୍ୟାପିଟାଲ ହସ୍ପିଟାଲରେ ରହି ଅସୁସ୍ଥ ଅବସ୍ଥାରେ ମାଆକୁ ଖୋଜୁଛି ଶିଶୁ । ନୟାଗଡ ଦଶପଲ୍ଲାର ଖଣ୍ଡପଡା ଅଞ୍ଚଳର ଏହି ଘଟଣା ଯେତିକି ସମ୍ବେଦନଶୀଳ, ସେତିକି ହୃଦୟସ୍ପର୍ଶୀ ।

ମା’ ଅସୁସ୍ଥ ହୋଇ ମେଡିକାଲରେ ଚିକିତ୍ସିତ ହେଉଥିଲେ । ଆଉ ଡିସଚାର୍ଜ ହେବା ପରେ ଗାଁକୁ ଚାଲିଗଲେ । ଆଉ କୁନି ଶିଶୁକୁ କ୍ୟାପିଟାଲ ହସ୍ପିଟାଲରେ ଦେଖାଶୁଣା କରିବ ବୋଲି କଥା ଦେଇଥିବା ବାପା କେଉଁଆଡେ ଫେରାର ହୋଇଯାଇଛି । ଆଉ ଦଶପଲ୍ଲା ଖଣ୍ଡପଡାରେ ପହଞ୍ଚି ସ୍ଥିତି ପରଖିଛି କନକ ନ୍ୟୁଜ୍ ଟିମ୍ । ଘଟଣାରୁ ଜଣାପଡିଛି ଯେ, ଶିଶୁ ମାଆ ଏବେ ଜୀବନମରଣ ସହ ସଂଘର୍ଷ କରୁଛନ୍ତି । ତାଙ୍କ ଆର୍ଥିକ ଅବସ୍ଥା ବି ଠିକ ନାହିଁ ।