ମୀନାକ୍ଷୀ ବାହିନୀପତିଙ୍କୁ ଓଡ଼ିଶା ପ୍ରଦେଶ ମହିଳା କଂଗ୍ରେସର ସଭାନେତ୍ରୀ ରୂପେ ନିଯୁକ୍ତ ।

484

କନକ ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଓଡ଼ିଶା କଂଗ୍ରେସର ସାଂଗଠନିକ ପରିବର୍ତନ । ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ଗସ୍ତର ଗୋଟିଏ ଦିନ ପରେ ବଦଳିଛନ୍ତି ମହିଳା କଂଗ୍ରେସର ସଭାପତି । ଜୟପୁର ବିଧାୟକ ତାରା ବାହିନୀପତିଙ୍କ ପତ୍ନୀ ମିନାକ୍ଷୀ ବାହିନୀପତିଙ୍କୁ ମହିଳା କଂଗ୍ରେସ ସଭାପତି ଭାବେ ନିଯୁକ୍ତ କରାଯାଇଛି ।

ମିନାକ୍ଷୀଙ୍କ ନିଯୁକ୍ତି ନେଇ ଏଆଇସିସି ପକ୍ଷରୁ ବିଜ୍ଞପ୍ତି ମଧ୍ୟ ଜାରି କରାଯାଇଛି । ଏହା ପୂର୍ବରୁ କଂଗ୍ରେସ ମିଡ଼ିଆ ସେଲର ମଧ୍ୟ ପରିବର୍ତନ କରାଯାଇଛି । ସେପଟେ ଦାୟିତ୍ୱ ମିଳିବା ପରେ କେନ୍ଦ୍ରୀୟ ନେତୃତ୍ୱଙ୍କୁ ଧନ୍ୟବାଦ ଜଣାଇବା ସହ ରାଜ୍ୟରେ ଥିବା ମହିଳାଙ୍କ ଅଧିକାର ପାଇଁ ଲଢେଇ କରିବି ବୋଲି କହିଛନ୍ତି ମିନାକ୍ଷୀ ବାହିନୀପତି ।