ଲୁଟେରାଙ୍କୁ ଧରିବାକୁ ନାକାବନ୍ଦୀ । ନବରଙ୍ଗପୁର ବ୍ଲକ୍ କାର୍ଯ୍ୟାଳୟ ନିକଟ ଏଟିଏମରୁ ହୋଇଛି ଲୁଟ୍ । ପୋଲିସର ସର୍ଚ୍ଚ ଅପରେସନ ।

81

କନକ ବ୍ୟୁରୋ: ଏଟିଏମ୍ ଲୁଟେରାଙ୍କୁ ଧରିବାକୁ ତନାଘନା ଚଳାଇଛି ପୋଲିସ । ଲୁଟେରାଙ୍କୁ ଧରିବାକୁ ପୁରା ସହରକୁ ନାକାବନ୍ଦୀ କରାଯାଇଥିବା ଜଣାପଡିଛି ।

ମଙ୍ଗଳବାର ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ନବରଙ୍ଗପୁର ବ୍ଲକ୍ କାର୍ଯ୍ୟାଳୟ ନିକଟ ଏଟିଏମରୁଏଟିଏମ୍ ମେସିନକୁ ତାଡି ଏଭଳି କାଣ୍ଡ ଭିଆଇ ଥିବା ଜଣାପଡିଛି । ଖବର ପାଇ ଆଜ ସକାଳୁ ଘଟଣା ସ୍ଥଳରେ ପୋଲିସ ପହଞ୍ଚିି ତଦନ୍ତ ଆରମ୍ଭ କରିଛି । ବର୍ତ୍ତମାନ ସୁଦ୍ଧା କେତେ ପରିପାଣର ଟଙ୍କା ଚୋରି ହୋଇଛି ତାହା ଜଣାପଡି ନାହିଁ । ସିସିଟିଭି ଫୁଟେଜକୁ ଆଧାର କରି ପୋଲିସ ପ୍ରାରମ୍ଭିକ ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁସାରେ, ଏଟିଏମ୍ ମେସିନ୍ ଥିବା ଘରର ସଟର ତାଲା ଭାଙ୍ଗି ଭିତରକୁ ପଶିଥିଲେ ଚୋର । ଏହାପରେ ସଟର ପକାଇ ଭିତରେ ମେସିନ୍ ତାଡି ଟଙ୍କା ଚୋରି କରି ନେଇଥିବା କୁହାଯାଉଛି ।