ପୁଣି ରାଜରାସ୍ତାକୁ ଓହ୍ଲାଇବ ରାଜ୍ୟ ସରପଞ୍ଚ ମହାସଂଘ: ଫେବ୍ରୁଆରୀ ୫ରେ ଘେରିବ ବିଧାନସଭା

95

କନକ ବ୍ୟୁରୋ: ପୁଣି ରାଜରାସ୍ତାକୁ ଓହ୍ଲାଇବ ରାଜ୍ୟ ସରପଂଚ ମହାସଂଘ । ଫେବ୍ରୁଆରୀ ୫ରେ ଘେରିବ ବିଧାନସଭା ।ପୂର୍ବରୁ ମଧ୍ୟ ୨୨ ଦିନ ଧରି ସରପଂଚ ମହାସଂଘ ଧାରଣାରେ ବସିଥିଲା । ୧୫ ଦଫା ଦାବି ନେଇ ଧାରଣାକୁ ଓହ୍ଲାଇଥିଲା ସଂଘ । ସେହି ସମୟରେ ସରକାର ପ୍ରତିଶ୍ରୁତି ଦେଇଥିଲେ ଡିସେମ୍ବର ୩୧ ସୁଦ୍ଧା ଦାବି ପୁରଣ କରାଯିବ । ଆଜି ପର୍ଯ୍ୟନ୍ତ ଗୋଟିଏ ବି ଦାବି ପୂରଣ ହେଇନାହିଁ ବୋଲି ଅଭିଯୋଗ କରିଛି ମହାସଂଘ ।