ପୁଅ ମୃତ୍ୟୁକୁ ସପ୍ତାହେ ପୁରିଲାଣି । ମିଳୁନି ନ୍ୟାୟ, ବାହୁନି କାନ୍ଦୁଛି ମାଆ । ଥାନାରେ ଏତଲା ପରେ ବି ଚୁପ ବସିଛି ପୁଲିସ

124

କନକ ବ୍ୟୁରୋ : ନ୍ୟାୟ ପାଇଁ ଆକୁଳ ନିବେଦନ କରୁଛି ମାଆ । ମୋ ପୁଅକୁ ନ୍ୟାୟ ଦିଅ । ମାଆ ଆଖିରୁ ଲୁହ ଶୁଖୁନଥିବା ବେଳେ ବାହୁନି କାନ୍ଦୁଛି ମାଆ । ବାଲେଶ୍ୱର ଶଙ୍ଖାରି ପଂଚାୟତ ନାଫରାଇ ଗାଁର ଶାନ୍ତନୁଙ୍କ କିଛି ଦିନ ତଳେ ମୃତଦେହ ଉଦ୍ଧାର ହୋଇଥିଲା । କଲେଜ କ୍ୟାମ୍ପସ ପରିସରରୁ ସନ୍ଦେହଜନକ ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଥିବା ବେଳେ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଥିଲେ ପରିବାର ଲୋକ । ପୁଲିସ ତଦନ୍ତ ଜାରି ରଖିଛି । ହେଲେ ତାଙ୍କୁ ହତ୍ୟା କରାଯାଇଛି , ଦୋଷୀ ବିରାଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ଶାନ୍ତନୁଙ୍କ ପରିବାର । ଆଖିରୁ ଲୁହ ଶୁନଥିବା ବେଳେ ହାତଯୋଡି ମୋ ପୁଅକୁ ନ୍ୟାୟ ଦିଅ ବୋଲି ବିକଳ ଅନୁରୋଧ କରିଛି ମାଆ ।

ଶାନ୍ତନୁ ମକର ମେଳା ଦେଖି ଫେରିବା ସମୟରେ ତାଙ୍କର କିଛି ଯୁବକଙ୍କ ସହ ପାଟିତୁଣ୍ଡ ହୋଇଥିଲା । ପରେ କଲେଜ କ୍ୟାମ୍ପସରୁ ମୃତଦେହ ଉଦ୍ଧାର କର।।ଯାଇଥିଲା । ଘଟଣାକୁ ସପ୍ତାହେ ପରେ ପୁରିଲାଣି । ହେଳେ ଅପମୃତ୍ୟୁ ମାମଲା ରୁଜୁ କରି ଚୁପ୍ ବସିଯାଇଛି ପୁଲିସ । ସିସିଟିଭି ଫୁଟେଜ ଆଧାରରେ ପୁରା ତଦନ୍ତ କରାଯାଇ କାର୍ଯାନୁଷ୍ଠାନ ଗ୍ରହଣ କରାଯିବାକୁ ଦାବି ହୋଇଛି ।

ଶାନ୍ତନୁଙ୍କ ମୃତ୍ୟୁ ନେଇ ପରିବାର ଭାଙ୍ଗିପଡିଥିବା ବେଳେ ମାଆର ମନ ବୁଝୁନି । ପୁଅ ମୃତ୍ୟୁରେ ନ୍ୟାୟ ଦାବିକରୁଥିବା ମାଆକୁ ଖୁବଶୀଘ୍ର ନ୍ୟାୟ ଦିଆଯିବାକୁ ଦବି ହୋଇଛି   ।