ଲିଭ୍-ଇନ ରିଲେସନସିପ୍ ପାଇଁ ୱେବସାଇଟରେ ଦେବାକୁ ପଡିବ ସମ୍ପୂର୍ଣ୍ଣ ତଥ୍ୟ । କରିବାକୁ ପଡିବ ପୁଲିସ ରେଜିଷ୍ଟ୍ରେସନ ।

832

କନକ ବ୍ୟୁରୋ: ପାରମ୍ପରିକ ରୀତିନୀତିରୁ ଉପୁଜିଥିବା ଅସଙ୍ଗତିକୁ ଦୂର କରିବା ଉଦ୍ଦେଶ୍ୟରେ ଉତ୍ତରାଖଣ୍ଡରେ ଲାଗୁ ହେବାକୁ ଯାଉଛି ସମାନ ନାଗରିକ ସଂଘିତା ବିଲ୍ ବା ୟୁସିସି । କେତେକ ଆଇନ ବହୁବିବାହକୁ ଅନୁମତି ଦେଇଥାଏ । ଦ୍ୱିତୀୟ ବିବାହ ହିନ୍ଦୁ, ଖ୍ରୀଷ୍ଟିଆନ ଓ ପାର୍ସୀମାନଙ୍କ ପାଇଁ ଅପରାଧ ହୋଇଥିବାରୁ ଏଥିରେ ୭ ବର୍ଷ ଜେଲ୍ ଦଣ୍ଡର ବ୍ୟବସ୍ଥା ରହିଛି । ସେଥିପାଇଁ କିଛି ଲୋକ ଧର୍ମ ପରବର୍ତନ କରି ପୁଣି ଥରେ ବିବାହ କରିଥାନ୍ତି । ୟୁନିଫର୍ମ ସିଭିଲ କୋଡ୍ ଲାଗୁ ହେବା ପରେ ବହୁବିବାହ ଉପରେ ପ୍ରତିବନ୍ଧକ ଲାଗିଯିବ । ବହୁ ବିବାହକୁ ମଧ୍ୟ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯିବ । କିଛି ଧର୍ମରେ ଝିଅମାନେ କମ୍ ବୟସରେ ମଧ୍ୟ ବିବାହ କରିଥାନ୍ତି । ପୁଅ-ଝିଅଙ୍କ ଶାରୀରିକ ଓ ମାନସିକ ସ୍ତରରେ ପରିପକ୍ୱ ହୋଇନଥିବା ବେଳେ ଅନ୍ୟ ଧର୍ମରେ ଝିଅଙ୍କ ପାଇଁ ୧୮ ଓ ପୁଅଙ୍କ ପାଇଁ ୨୧ ବର୍ଷ ବୟସ ଲାଗୁ ହୋଇଥାଏ ।

ନଜର ପକାନ୍ତୁ ଲିଭ୍ ଇନ୍ ରିଲେସନସିପର ନିୟମ

  • ସବୁ ଧର୍ମରେ ଝିଅଙ୍କ ବିବାହର ସର୍ବନିମ୍ନ ବୟସ ୧୮ ବର୍ଷ ହେବ
  • ମହିଳା ଓ ପୁରୁଷଙ୍କୁ ଛାଡ଼ପତ୍ରର ସମାନ ଅଧିକାର ମିଳିବ
  • ଲିଭ୍ ଇନ୍ ରିଲେସନ୍ ସିପ୍ ଘୋଷଣା କରିବା ଜରୁରୀ
  • ଲିଭ୍ ଇନ୍ ରେଜିଷ୍ଟ୍ରେସନ ନକଲେ ୧୦ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ
  • ଲିଭ୍ ଇନ୍ ରେ ଜନ୍ମିତ ପିଲାମାନଙ୍କର ସଂପତିରେ ସମାନ ଅଧିକାର ରହିଛି
  • ମହିଳାଙ୍କ ପାଇଁ ପୁନର୍ବିବାହ ପାଇଁ କୌଣସି ସର୍ତ ନାହିଁ
  • ଅନୁସୂଚିତ ଜନଜାତି ପରିସର ବାହାରେ ଅଛନ୍ତି
  • ପତ୍ନୀ ବଞ୍ଚିତ ଥିବା ବେଳେ ବହୁବିବାହ ନିଷେଧ
  • ଦ୍ୱିତୀୟ ବିବାହ ହୋଇପାରିବ ନାହିଁ
  • ବିନା ପଞ୍ଜୀକରଣ ସୁବିଧାରେ ବିବାହ ପଞ୍ଜୀକରଣ ଜରୁରୀ ନୁହେଁ
  • କନ୍ୟାମାନଙ୍କୁ ଉତରାଧିକାରୀ ଭାବେ ସମାନ ଅଧିକାର ମିଳିବ

ୟୁସିସି ଲାଗୁ ହେଲେ କ’ଣ ହେବ?

  • ସବୁ ଧର୍ମରେ ବିବାହ ଓ ଛାଡ଼ପତ୍ର ପାଇଁ ସମାନ ନିୟମ ରହିବ
  • ହିନ୍ଦୁ ଧର୍ମ ସହିତ ଅନ୍ୟ ଧର୍ମମାନଙ୍କ ପାଇଁ ମଧ୍ୟ ସମାନ ନିୟମ ରହିବ
  • ବିନା ଛାଡ଼ପତ୍ରରେ ଏକାଧିକ ବିବାହ କରିପାରିବେ ନାହିଁ
  • ମୁସଲମାନମାନେ ଅତି କମରେ ୪ ବର୍ଷ ବିବାହ କରିପାରିବେ ନାହିଁ

ୟୁସିସିରେ କ’ଣ ପରିବର୍ତନ ହେବ ନାହିଁ?

  • ଧାର୍ମିକ ବିଶ୍ୱାସ କୌଣସି ଗୁରୁତ୍ୱ ଦେବ ନାହିଁ
  • ଧାର୍ମିକ ରୀତିନୀତି ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ
  • ଖାଇବା ପିଇବା, ପୂଜା, ପୋଷାକ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ

ଉତ୍ତରାଖଣ୍ଡ ବିଧାନସଭାରେ ବିରୋଧୀ ବିଧାୟକମାନେ ୟୁସିସି ବିଲକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଜଣେ ବିରୋଧୀ ବିଧାୟକ ସରକାରଙ୍କୁ ପଚାରିଛନ୍ତି ଯେ ଯଦି ରାଜ୍ୟର କୌଣସି ବ୍ୟକ୍ତି ଉତ୍ତରାଖଣ୍ଡ ବାହାରେ ଲିଭ୍ ଇନ୍ ରିଲେସନ୍ ସିପ୍ ରେ ରହୁଛନ୍ତି ତେବେ କ’ଣ କରିବେ କାରଣ ୟୁସିସି କେବଳ ଉତ୍ତରାଖଣ୍ଡରେ ରହିବ ।