ରାୱଜ ଏଭିନ୍ୟୁ କୋର୍ଟରୁ ଜାରି ହେଲା ସଂଜୟ ସିଂଙ୍କ ରିଲିଜ ଅର୍ଡର । ସନ୍ଧ୍ୟା ସୁଦ୍ଧା ଜେଲରୁ ମୁକୁଳିବେ ସଂଜୟ ସିଂ

99

କନକ ବ୍ୟୁରୋ : ଦିଲ୍ଲୀ ରାୱଜ ଏଭିନ୍ୟୁ କୋର୍ଟ ଆପ୍ ନେତା ସଂଜୟ ସିଂଙ୍କ ରିଲିଜ ଅର୍ଡର ଜାରି କରିଛନ୍ତି । ସେପଟେ ସଂଜୟ ସିଂଙ୍କ ଓକିଲ ଓ ତାଙ୍କ ପରିବାର ଲୋକ ରାୱଜ ଏଭିନ୍ୟୁ କୋର୍ଟରେ ପହଂଚିଛନ୍ତି । ଏଣୁ ଅନୁମାନ କରାଯାଉଛି କି, ସଂଜୟ ସିଂ ସନ୍ଧ୍ୟା ସୁଦ୍ଧା ଜେଲରୁ ବାହାରକୁ ଆସିପାରନ୍ତି । ଦିଲ୍ଲୀର ଆଇଏଲବିଏସ୍ ହସ୍ପିଟାଲକୁ ସଂଜୟ ସିଂଙ୍କୁ ନିଆଯାଇଛି । ସେଠାରେ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ ।

ଦିଲ୍ଲୀ ହାଇକୋର୍ଟ ଅବକାରୀ ନୀତି ମାମଲା ସହ ଜଡିତ ଅର୍ଥ ହେରଫେର ମାମଲାରେ ଆପ୍ ନେତା ତଥା ରାଜ୍ୟସଭା ସାଂସଦ ସଂଜୟ ସିଂଙ୍କୁ ମଙ୍ଗଳବାର ଦିନ ଜାମିନ ପ୍ରଦାନ କରିଥିଲେ । ଏହା ପୂର୍ବରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କୋର୍ଟରେ ସଂଜୟ ସିଂଙ୍କ ଜାମିନ ଆବେଦନ ଉପରେ ଅଭିଯୋଗ କରିବ ନାହିଁ ବୋଲି ସ୍ପଷ୍ଟ କରିଥିଲା ।

ସେପଟେ ସଂଜୟ ସିଂଙ୍କ ଜାମିନ ଉପରେ କୋର୍ଟ କିଛି ସର୍ତ୍ତ ରଖିଛନ୍ତି । କୋର୍ଟ କହିଛନ୍ତି କି, ସଂଜୟ ସିଂ ରାଜନୈତିକ ଗତିବିଧିରେ ସାମିଲ ହୋଇପାରିବେ ହେଲେ ସଂପୃକ୍ତ ମାମଲାକୁ ନେଇ କେଉଁଠି ବୟାନ ଦେଇପାରିବେ ନାହିଁ । ଏହାସହ ମାମଲାର ବିଚାର ଚାଲିଥିବା ପର୍ଯ୍ୟନ୍ତ ସଂଜୟ ସିଂ ଜାମିନରେ ରହିବେ । ତାଙ୍କ ଜାମିନ ଉପରେ ବିଚାର ସ୍ୱତନ୍ତ୍ର ଅଦାଲତ କରିବେ ।