ସଂଜୟ ନିରୁପମଙ୍କ ନିଷ୍ପତ୍ତି ପୂର୍ବରୁ କଂଗ୍ରେସ ନେଲା ଦୃଢ କାର୍ଯ୍ୟାନୁଷ୍ଠାନ । ଷ୍ଟାର ପ୍ରଚାରକ ତାଲିକାରୁ ହଟିଲେ ସଂଜୟ ନିରୁପମ୍

229

କନକ ବ୍ୟୁରୋ : ମହାରାଷ୍ଟ୍ର କଂଗ୍ରେସର ବରିଷ୍ଠ ନେତା ସଂଜୟ ନିରୁପମ ଦଳ ଛାଡିପାରନ୍ତି । କଂଗ୍ରେସ ତରଫରୁ ତାଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପରେ ଏନେଇ ଆଲୋଚନା ଜୋର ଧରିଛି । ୨୦୨୪ ନିର୍ବାଚନକୁ ନଜରରେ ରଖି କଂଗ୍ରେସ ମହାରାଷ୍ଟ୍ରର ନେତା ସଂଜୟ ନିରୁପମଙ୍କୁ ଷ୍ଟାର ପ୍ରଚାରକ ତାଲିକାରୁ ହଟାଇବା ନେଇ ଏକ ପ୍ରସ୍ତାବ ପାରିତ କରିଛି । ଏହି ପ୍ରସ୍ତାବକୁ ଦଳ ତରଫରୁ ମଞ୍ଜୁରୀ ପାଇଁ କଂଗ୍ରେସର ଶୀର୍ଷ ନେତୃତ୍ୱଙ୍କ ନିକଟକୁ ପଠାଇଛି । ପାର୍ଟିର ଅନୁଶାସନ କମିଟି ଏହା ଉପରେ ନିଷ୍ପତ୍ତି ନେବ ।

ସଂଜୟ ନିରୁପମଙ୍କ ଉପରେ ଅଭିଯୋଗ ରହିଛି କି, କିଛିମାସ ହେବ ସେ ବାରମ୍ବାର ପାର୍ଟି ବିରୋଧୀ ଗତିବିଧୀରେ ଲିପ୍ତ ଅଛନ୍ତି । ଏହି କାରଣରୁ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ପାର୍ଟି ନିଷ୍ପତ୍ତି ନେଇଛି । ପାର୍ଟିର ଏଭଳି ନିଷ୍ପତ୍ତି ପରେ ସଂଜୟ ନିରୁପମ ଗୁରୁବାର ସକାଳ ୧୧.୩୦ମିନିଟ ସମୟରେ ଏକ ସାମ୍ବାଦିକ ସମ୍ମିଳନୀ କରିବାକୁ ଯାଉଛନ୍ତି । ଏଣୁ ଆକଳନ କରାଯାଉଛି କି, ସଂଜୟ ନିରୁପମ କଂଗ୍ରେସ ଛାଡି ଖୁବଶୀଘ୍ର ଶିବସେନା ‘ସିନ୍ଦେ ଗୋଷ୍ଠୀ’ରେ ଯୋଗ ଦେଇପାରନ୍ତି ।