କେଜ୍ରିୱାଲଙ୍କ ପାଇଁ ୭ତାରିଖରେ ଅନଶନରେ ବସିବେ ଆପ୍ ନେତା । ବିଜେପିକୁ ଚେତାବନୀ ଦେଲେ ଆତିଶୀ ମାରଲେନା

170

କନକ ବ୍ୟୁରୋ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଅବକାରୀ ନୀତି ମାମଲାରେ ଏବେ ତିହାର ଜେଲରେ ରହିଛନ୍ତି । ଏହାକୁ ବିରୋଧ କରି ଆମ୍ ଆଦମୀ ପକ୍ଷରୁ ଏପ୍ରିଲ ୭ ତାରିଖରେ ଦିଲ୍ଲୀର ଜନ୍ତରମନ୍ତ୍ରର ଠାରେ ଅନଶନ କରିବାକୁ ଯାଉଛି । ଏନେଇ ଆମ୍ ଆଦମୀ ପାର୍ଟିର ନେତା ଗୋପାଳ ରାୟ ସୂଚନା ଦେଇଛନ୍ତି । ଏନେଇ ଗୋପାଳ ରାୟ କହିଛନ୍ତି କି, ଯଦି ଦିଲ୍ଲୀ କିମ୍ବା ଅନ୍ୟ ରାଜ୍ୟର ଲୋକ କେଜ୍ରିୱାଲଙ୍କୁ ଭଲ ପାଉଥାନ୍ତି ତେବେ ଏପ୍ରିଲ ୭ ତରିଖରେ କେଉଁଠି ବି ଅନଶନ କରିପାରିବେ ।

ସେପଟେ କେଜ୍ରିୱାଲଙ୍କ ଗିରଫଦାରୀକୁ ବେଆଇନ କହି ଆପ୍ ନେତ୍ରୀ ଆତିଶୀ ମାରଲେନା ବିଜେପିକୁ ଚେତାବନୀ ଦେଇଛନ୍ତି । ସେ କହିଛନ୍ତି କି, ଆମ୍ ଆଦମୀ ପାର୍ଟିକୁ ସମାପ୍ତ କରିବାକୁ ବିଜେପି ଜାତୀୟ ତଦନ୍ତ ସଂସ୍ଥାଗୁଡିକର ଅପବ୍ୟବହାର କରୁଛି । ସେପଟେ ଜେଲରେ କେଜ୍ରିୱାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗୁଡିଥିବାରୁ ଏହାକୁ ନେଇ ଆତିଶୀ ଚିନ୍ତାପ୍ରକଟ କରିଛନ୍ତି । ସେ କହିଛନ୍ତି କି, ଜେଲ ଭିତରେ ଯଦି କେଜ୍ରିୱାଲଙ୍କର କିଛି ଅସୁବିଧା ହୁଏ ତେବେ ଦେଶର ନାଗରିକ ବିଜେପିକୁ କ୍ଷମା କରିବେ ନାହିଁ ।

ଆତିଶୀ ଦାବି କରିଛନ୍ତି ଯେ ଯେଭଳି ଭାବେ ଅରବିନ୍ଦ କେଜ୍ରିୱାଲଙ୍କୁ ମଧୁମେହ ସ୍ତର ତଳକୁ ଖସୁଛି ତାଙ୍କୁ ସେହି ହିସାବରେ ମେଡିସିନ ଦିଆଯାଉନାହିଁ । ଏଭଳି ଅନ୍ୟାୟ ବିଜେପି ଇଙ୍ଗିତରେ ହେଉଛି ବୋଲି ଆତିଶୀ ଅଭିଯୋଗ କରିଛନ୍ତି ।