ନିଆଳି କୃଷ୍ଣପ୍ରସାଦ ପଂଚାୟତରେ ଅବ୍ୟବସ୍ଥା । ଗମନା ଗମନ ସମସ୍ୟା ଯୋଗୁ କେନାଲର ଛାତିଏ ପାଣିରେ ଗଲା ମୃତଦେହ

111

କନକ ବ୍ୟୁରୋ : ଛାତିଏ ପାଣିରେ ଗଲା ମୃତଦେହ । ରାସ୍ତା ନଥିବାରୁ ଏହିଭଳି ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି । ନିଆଳି କୃଷ୍ଣପ୍ରସାଦ ପଂଚାୟତରେ ନାଁ ଅଛି ଭଲ ରାସ୍ତା, ନାଁ ଅଛି ବ୍ରିଜ୍ । ଗମନାଗମନା ସମସ୍ୟା ଭିତରେ ବଳି ପଡୁଛନ୍ତି ଲୋକେ । ପଂଚାୟତର ନୂଆ ବେତଣ୍ଡା ୨୧ ନମ୍ବର ୱାର୍ଡର ଜଣେ ମହିଳାଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ମୃତଦେହ ନେବାକୁ ସମସ୍ୟା ଉପୁଜିଥିଲା । ରାସ୍ତାନଥିବାରୁ କେନାଲରେ ଛାତିଏ ପାଣି ଭିତରେ ପଶି ମୃତଦେହ ନେଇ ଶ୍ମଶାନ ଯାଇଥିଲେ ପରିବାର ଲୋକ । ଏହି ସମସ୍ୟା ଆଜିର ନୁହେଁ । ପଂଚାୟତର ନୂଆବେତଣ୍ଡା ଗାଁର ୪୦ ଟି ପରିବାର ସବୁବେଳେ ଏହିଭଳି ସମସ୍ୟା ଭୋଗୁଛନ୍ତି । ଏପର୍ଯ୍ୟନ୍ତ ସେଠାରେ ଭଲ ରାସ୍ତାଟିଏ ତିଆରି ହୋଇନଥିବା ବେଳେ କାକଟପୁର ବ୍ରାଂଚ କେନାଲ ଉପରେ ବ୍ରିଜଟିଏ ବି ତିଆରି ହୋଇପାରିନି । ବର୍ଷ ବର୍ଷ ଧରି ଲାଗିଥିବା ଏହି ସମସ୍ୟା ନେଇ ଅଭିଯୋଗ ହୋଇଥିଲେ ବି ନା ଶୁଣୁଛନ୍ତି ନେତା , ନା ଶୁଣୁଛି ପ୍ରଶାସନ । ଆଗାମୀ ଦିନରେ ଏହାର ସମାଧାନ ନହେଲେ ଲୋକ ରାଜରାସ୍ତାକୁ ଓହ୍ଲାଇବାର ଚେତାବନୀ ଦେଇଛନ୍ତି ।